
ଘଟଗାଁ, ସମାଜରେ କୋଉଠି ନା କେଉଠି ଦୁଃଖି ଓ ଅସହାୟ ଯାହାର କେହି ନାହିଁ ତାର ଜଗତର ନାଥ ଜଗନ୍ନାଥ ଥିବା ପରି ଏବେବି ବଞ୍ଚିରହିଛି ମାନବିକତା ଆସିଲାନି ସୁଇପର ଅଚିହ୍ନା ମହିଳାଙ୍କ ଶବ ଉଠାଇଲେ ଫାଣ୍ଡି ଅଧିକାରୀ ଓ ଆମ୍ବୁଲାନ୍ସ ଚାଳକ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ଦାନ୍ତିଆ ଗ୍ରାମର ଦାନ୍ତିଆ ସ୍କୁଲ୍ ପାଖ ନଳକୂପ ପାଖରେ।
ଦୀର୍ଘ ଦିନ ଧରି ଜଣେ ମହିଳା ମାନସିକ ଭାରସାମ୍ୟ ହରାଇ ସେହି ଅଞ୍ଚଳରେ ବୁଲୁଥିବା ବେଳେ ବୁଧବାର ଦିନ ତାର କୌଣସି କାରଣରୁ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ସାଇଁକୁଳ ଫାଣ୍ଡି କୁ ଜଣାଇ ଥିଲେ। ଫାଣ୍ଡି ଅଧିକାରୀ ଭୋଳେଶ୍ଵର ନାଏକ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଡ଼କାଇଥିଲେ, ହେଲେ ଦୁଃଖର ବିଷୟ ହେଉଛି ଶବକୁ ଉଠାଇବା ପାଇଁ କହି ସୁଇପର ଆସି ନ ଥିବାରୁ ନିଜେ ଆମ୍ବୁଲାନ୍ସ ଡ୍ରାଇଭର କାହ୍ନୁ ଚରଣ ଜେନା ଓ ଫାଣ୍ଡି ଅଧିକାରୀ ଭୋଳେଶ୍ଵର ନାଏକ ନିଜ ହାତରେ ମହିଳାର ମୃତ ଶରୀରକୁ ଉଠାଇ ଷ୍ଟେଚର୍ ଦ୍ଵାରା ଆମ୍ବୁଲାନ୍ସରେ ଭର୍ତ୍ତି କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଗ୍ରାମବାସୀ ଏହାକୁ ଦେଖୁଥିଲେ ମଧ୍ୟ ସହଯୋଗ କରି ନଥିବାରୁ ଫାଣ୍ଡି ଅଧିକାରୀ ଦୁଃଖ ପ୍ରକାଶ କରିବା ସହିତ ଏମାନେ ସମସ୍ତେ ମାନବିକତା ଭୂଲି ଗଲେଣି ବୋଲି କହିଥିଲେ । ଫାଣ୍ଡି କେଶ ନଂ ୧୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ହରପ୍ରିୟା ସାହୁ ଅଧିକ ତଦନ୍ତ ଜାରୀ ରଖିଛନ୍ତି । ମୃତ ମହିଳାଙ୍କ ଠିକଣା ଜଣା ନ ଥିବାରୁ ତାଙ୍କୁ ୯୬ ଘଣ୍ଟା ଯାଏ ଡାକ୍ତରଖାନାରେ ରହିବ ବୋଲି ଜଣାପଡିଛି । ଫାଣ୍ଡି ଅଧିକାରୀ ଭୋଳେଶ୍ଵର ନାଏକ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସାରା ଅଂଚଳରେ ଉଭୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିବା ଜଣାପଡିଛି। ଫାଣ୍ଡି ଅଧିକାରୀ ଭୋଳେଶ୍ଵର ନାଏକ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମହାନତା କାର୍ଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
Posted by: Desk, Indo Kaling Times