କନ୍ଧମାଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଚେତନତା କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଦୁତିପଡା ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଅତିରିକ୍ତ ବିଡିଓ ସଲିଲ କୁମାର ଦାସଙ୍କ ତତ୍ଵାବଧାନରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ନିର୍ମାଣ ନିମନ୍ତେ ୪୦ ଜଣ ହିତାଧିକାରୀଙ୍କୁ ସଚେତନତା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ନିର୍ମାଣ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ ହେଲେ ହିତାଧିକାରୀଙ୍କୁ ସରକାରଙ୍କ ନିୟମ ପ୍ରକାରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା। ସେହିଭଳି ଶୌଚାଳୟ ନିର୍ମାଣ ସହ ସରକାରଙ୍କ ନିୟମ ପ୍ରକାରେ ତୁରନ୍ତ ବାସଗୃହ ନିର୍ମାଣ କରିବାକୁ କୁହାଯାଇଥିଲା। ବାସଗୃହ ନିର୍ମାଣ ସମୟରେ ମନରେଗା ଅର୍ଥ ଶ୍ରମିକମାନଙ୍କୁ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସଲିଲ କୁମାର ସ୍ଵାଇଁ, ସରପଂଚ ଶ୍ରୀମତୀ ଜାନକୀ ଯାନୀ, ଜିଆରଏସ ଶ୍ରବଣ କୁମାର ପଣ୍ଡା, କନିଷ୍ଠ ସନ୍ତୋଷିନୀ ସାହୁ, ୱାର୍ଡ୍ ସଭ୍ଯ/ସଭ୍ୟାଙ୍କ ସହ ସମସ୍ତ ହିତାଧିକାରୀ ଜନସାଧାରଣ ଉପସ୍ଥିତ ଥିଲେ।
Posted by: Desk, Indo Kaling Times