-୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ
ନୂଆଦିଲ୍ଲୀ – କେନ୍ଦ୍ର ସଂଚାର, ଆଇନ ଓ ନ୍ୟାୟ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦଙ୍କ ଦ୍ୱାରା ଆଜି ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନବିଏମ)ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରସାଦ କହିଥିଲେ ଯେ ଏହି ମିଶନ ଜନସାଧାରଣଙ୍କ ସମସ୍ତ ଆଶାଆକାଂକ୍ଷାକୁ ପୂରଣ କରିବା ସହିତ ଦେଶରେ ଡିଜିଟାଲ ସଂଚାର ଭିତିଭୂମିରେ ଦ୍ରୁତ ପ୍ରଗତି ଆଣିବ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂଚାର, ମାନବ ସମ୍ବଳ ବିକାଶ, ଇଲେକ୍ଟେ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ, ଦୂରସଂଚାର ସଚିବ ଅଂଶୁ ପ୍ରକାଶ ଓ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।ଦୂରସଂଚାର ଉଦ୍ୟୋଗର ବହୁସଂଖ୍ୟକ ପ୍ରତିନିଧି, ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଏବଂ ବିଭିନ୍ନ ରାଜ୍ୟ ସରକାର ଓ ଦୂରସଂଚାର ବିଭାଗର ବରିÂ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ରବିଶଙ୍କର ପ୍ରସାଦଙ୍କ ଦ୍ୱାରା ଏନବିଏମର ଲୋଗୋ ଏବଂ ଏକ ବୁକଲେଟ ଉନ୍ମୋଚନ କରାଯାଇଥିଲା ।
ଏନବିଏମର ଲକ୍ଷ୍ୟ ହେଉଛି ଡିଜିଟାଲ ସଂଚାର ଭିତିଭୂମିରେ ଦ୍ରୁତ ଉନ୍ନତି ଆଣିବା, ଡିଜିଟାଲ ବିଭାଜନ ଦୂର କରିବା, ସମସ୍ତଙ୍କୁ ଡିଜିଟାଲ ସଶକ୍ତିକରଣ ଓ ଅନ୍ତର୍ଭୂକ୍ତିକରଣ ସୁବିଧା ସହିତ ଶସ୍ତା ଓସର୍ବବ୍ୟାପୀ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ।ସର୍ବବ୍ୟାପକତା, ସୁଲଭତା ଓ ଗୁଣବତା-ଏହି ତିନୋଟି ନୀତି ଉପରେ ବିଶେଷ ଗୁୁରୁତ୍ୱାରୋପ କରାଯାଇ ମିଶନର ଅଧିକାଂଶ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡବ୍ୟାଣ୍ଡ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ସାରା ଦେଶରେ, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ ଇଲାକାରେ ସମସ୍ତଙ୍କୁ ସର୍ବବ୍ୟାପୀ ଓ ସମାନ ବ୍ରଡବ୍ୟାଣ୍ଡ ସେବା ଯୋଗାଣ ୨୦୨୪ ସୁଦ୍ଧା ୩୦ ଲକ୍ଷ କିମି ଅତିରିକ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ଓ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଟାୱାର ଘନତ୍ୱକୁ ୦.୪୨ରୁ ୧.୦କୁ ବୃଦ୍ଧି କରିବା ,ମୋବାଇଲ ଓ ଇଂଟରନେଟ ସେବାର ଗୁଣବତା ବୃଦ୍ଧି କରିବା , ରାଇଟ ଅଫ ୱେ (ଆରଓଡବ୍ଲୁ) ପାଇଁ ଅଭିନବ କାର୍ଯ୍ୟକାରୀ ମଡେଲ ବିକଶିତ କରିବା ଏବଂ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ଲାଗି ଆବଶ୍ୟକ ପଡ଼ୁଥିବା ଆରଓଡବ୍ଲୁ୍ୟ ଅନୁମୋଦନ ସମେତ ଡିଜିଟାଲ ଭିତିଭୂମି ବୃଦ୍ଧି ପାଇଁ ନୀତି ପ୍ରଣୟନ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରିବା କୁ ନିଷ୍ପତି ହୋଇଛି ।
ସେହିପରି ଡିଜିଟାଲ ସଂଚାର ଉପଲବ୍ଧତା ଆକଳନ କରିବା ଲାଗି ବ୍ରଡବ୍ୟାଣ୍ଡ ଉପଲବ୍ଧତା ସୂଚକାଙ୍କ (ବିଆରଆଇ) ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ମଧ୍ୟରେ ଅନୁକୂଳ ନୀତି ପରିସଂସ୍ଥାନ ବିକଶିତ କରିବା, ଦେଶବ୍ୟାପୀ ଅପ୍ଟିକାଲ ଫାଇବର କେବୁଲ ଓ ଟାୱାର ସମେତ ଡିଜିଟାଲ ସଂଚାର ନେଟୱର୍କ ଓ ଭିତିଭୂମିର ଏକ ଡିଜିଟାଲ ଫାଇବର ମ୍ୟାପ ସୃଷ୍ଟି କରାଯିବ । ସାର୍ବଜନୀନ ସେବା ଉତରଦାୟିତ୍ୱ ପାଣ୍ଠିରୁ ୭୦ ହଜାର କୋଟି ଟଙ୍କା ସମେତ ଅଂଶୀଦାରଙ୍କ ଠାରୁ ୭ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ । ଡିଜିଟାଲ ଭିତିଭୂମି ଓ ସେବା ସୃଷ୍ଟି ଏବଂ ସମ୍ପ୍ରସାରଣ ଲାଗି ଆବଶ୍ୟକ ନୀତିଗତ ଓ ନିୟାମକ ପରିବର୍ତନ ନିମନ୍ତେ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ, ସଂସ୍ଥା ଓ ଅର୍ଥମନ୍ତ୍ରଣାଳୟ ସମେତ ସମସ୍ତ ଅଂଶୀଦାରଙ୍କ ସହିତ କାର୍ଯ୍ୟ କରିବା,ଯାହା ମିଶନରେ ନିବେଶ ପାଇଁ ସହାୟକ ହେବ ।
ସୂଚନାଯୋଗ୍ୟ ଯେ ୨୦୧୪ ତୁଳନାରେ ୨୦୧୯ରେ ଦେଶରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩୦%, ଇଂଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୧୬୫%, ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସଂଖ୍ୟା ୫୩୦%, ଟେଲି ଘନତ୍ୱ ୨୦%, ଗ୍ରାମୀଣ ଟେଲି ଘନତ୍ୱ ୩୧%, ଡାଟା ଉପଯୋଗ ୧୧୨୦% ବୃଦ୍ଧି ପାଇଛି ।