କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ତମାଖୁ ମୁକ୍ତ ଯୁବା ଅଭିଯାନ 2023 ପ୍ରଚାର ଅଭିଯାନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମନ୍ଵୟ ବୈଠକରେ ଆଲୋଚନା କରାଯାଇଛି। ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରାଯିବ। ଗ୍ରାମପଞ୍ଚାୟତ କୁ ମଧ୍ୟ ତମାଖୁ ମୁକ୍ତ କରାଯିବ । ଏହିସବୁ କାର୍ଯ୍ୟକ୍ରମ ଉପରେ ସଚେତନତା କରାଯାଇଛି। ଏଠାରେ ତମାଖୁ ମୁକ୍ତ ଯୁବା ଅଭିଯାନ ଏକ ଶପଥ ପାଠ କରା ଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ଓ ଡା ବିରଜା ଶଙ୍କର ରଥ ଜିଲ୍ଲା ଜନସ୍ୱାସ୍ଥ ଅଧିକାରୀ, ଡା ଲଲାଟେନ୍ଦୁ ନାୟକ ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଶ୍ରୀ ଅଞ୍ଜନ କୁମାର ସାହୁ ଭେଷଜ ନୀରିଖକ, ଶ୍ରୀ ବିଭୁତି ରଞ୍ଜନ ରାଉତ ଜିଲ୍ଳା ମଣ୍ଡଳ ଅଧିକାରୀ,ଶ୍ରୀ ଅଶୋକ କୁମାର ସାହୁ କୃଷି ଅଧିକାରୀ, ସି ଡି ମହାରଣା, ଡା ଅଶୋକ କୁମାର ମିଶ୍ର ସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀମତୀ ଚିନ୍ମୟୀ ରଥ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀ ମଧୁସୂଦନ ମିଶ୍ର ସମ୍ପାଦକ ମିଶନ ଓଡିଶା NGO, କେ କେ ହରିପ୍ରସାଦ ସିଟି DSP ,ଶ୍ରୀ ବିଜୟ କୁମାର ନାୟକ ଜିଲ୍ଳା ହିସାବ ପରିଚାଳକ NHM, ଶ୍ରୀମତୀ ମମତା ମିଶ୍ର ଅତିରିକ୍ତ ଶିକ୍ଷା ଅଧିକାରୀ, ଶ୍ରୀ ଅଶୋକ କୁମାର ସାହୁ, ଆଶା ପରିଚାଳକ, ଖାଦ୍ୟସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ ଉପସ୍ଥିତ ଥିଲେ। ଡ଼ା ସୁଶାନ୍ତ କୁମାର ବିଶ୍ବାଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ମୁଖ୍ୟତଃ ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ, ତମାଖୁ ମୁକ୍ତ ଗ୍ରାମପଞ୍ଚାୟତ, ଓ ଚୋଟପା ଆଇନି କୁ କଡାକଡି ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବଡଦାଣ୍ଡ ରେ ବିଭିନ୍ନ ପ୍ରକାର ସଚେତନ କରି ଓ ଏନ୍ଫୋର୍ସମେଣ୍ଟ କରି ତମାଖୁ ମୁକ୍ତ କରିବାକୁ ନିଷ୍ପତି କରାଯାଇଛି
Posted by: Desk, Indo Kaling Times
Related Stories
November 23, 2024