କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମୋ ଘର ଯୋଜନା ପାଇଁ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି।ପୁରୀ ଜିଲ୍ଲା ରେ ପ୍ରଥମ ଦିନ ରେ ୬ ଜଣ ହିତାଧିକାରୀ ମୋ ଘର ଯୋଜନା ରେ ସାମିଲ ହେବା ସହ ସେମାନଙ୍କୁ ଗୃହ ନିର୍ମାଣ ପାଇଁ ବ୍ୟାଙ୍କ ମାଧ୍ୟମରେ ଋଣ ଅର୍ଥ ମଞ୍ଜୁର କରାଯାଇଛି।ଏଥିରେ ଡେଲାଙ୍ଗ ବ୍ଲକର ୨ ଜଣ,କୃଷ୍ଣ ପ୍ରସାଦ, ପିପିଲି, ପୁରୀ ସଦର ଓ ଅସ୍ତରଙ୍ଗ ବ୍ଲକ ରୁ ଜଣେ ଲେଖାଏଁ ହିତାଧିକାରୀ ସାମିଲ ଅଛନ୍ତି।ଯେଉଁ ହିତାଧିକାରୀ ମାନେ ମୋ ଘର ଯୋଜନା ରେ ସାମିଲ ହେବାକୁ ଆବେଦନ କରୁଛନ୍ତି ତୁରନ୍ତ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗ୍ୟ ହିତାଧିକାରୀ ଙ୍କୁ ସଂପୃକ୍ତ ବ୍ୟାଙ୍କ ମାଧ୍ୟମରେ ତୁରନ୍ତ ଅର୍ଥ ମଞ୍ଜୁର ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ସମସ୍ତ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Posted by: Desk, Indo Kaling Times