ଗୁରୁଗ୍ରାମ, କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ କହିଛନ୍ତି ଯେ ସାଇବର ସୁରକ୍ଷାକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ବିଶ୍ୱକୁ ଗୋଟିଏ ମଂଚକୁ ଆସିବା ଜରୁରୀ । ଏହା ଆମର ସାମୁହିକ ଲକ୍ଷ୍ୟ ହେବା ଉଚିତ । ଆମକୁ ମିଳିତ ଭାବେ ଡିଜିଟାଲ ଦୁନିଆକୁ ସୁରକ୍ଷିତ କରିବାକୁ ପଡିବ। ‘ଏନଆଇଏଫଟିଏସ, ଏଆଇ ଏବଂ ମେଟାଭର୍ସ ଯୁଗରେ ଅପରାଧ ଏବଂ ସୁରକ୍ଷା ଉପରେ ଜି୨୦ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଶାହ ଏହା କହିଛନ୍ତି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ନୂଆ ଟେକ୍ନୋଲଜୀକୁ ତୀବ୍ର ଗତିରେ ଆପଣାଉଛୁ । ଆଜି ପାଖାପାଖି 840 ମିଲିୟନ ଭାରତୀୟ ମାନେ ଇଂଟରନେଟରେ ଅଛନ୍ତି । ଏଭଳି ସ୍ଥିତିରେ ଅଆମକୁ ସତର୍କ ରହିବାକୁ ପଡିବ । ଆମେ ଡିଜିଟାଲ ନେଣ ଦେଣରେ ମଧ୍ୟ ଆଗରେ ଅଛନ୍ତି । ଏଣୁ ଆମକୁ ଡିଜିଟାଲ ଦୁନିଆରୁ ପ୍ରତ୍ୟେକ ସ୍ଥିତିରେ ସୁରକ୍ଷିତ ରଖିବାକୁ ପଡିବ ।
ଶ୍ରୀ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ତୃଣମୂଳ ସ୍ତରରେ ଆସୁଥିବା ବିଭିନ୍ନ ଟେକ୍ନୋଲଜୀକୁ ଆପଣାଇବାରେ ସବୁଠାରୁ ଆଗରେ ଅଛୁ । ଆଧୁନିକ ଟେକ୍ନୋଲଜୀକୁ ସମାଜର ସବୁ ବର୍ଗ ପାଇଁ ଅଧିକ ସୁଲଭ ଓ କମ ମୂଲ୍ୟରେ କରିବା ଆମର ଲକ୍ଷ୍ୟ ।
Posted by: Desk, Indo Kaling Times