
ଖୋର୍ଦ୍ଧା,ଗୁରୁବାର ସକାଳେ ରତ୍ନମାଳୀ ସାହି ଶଙ୍ଖା ସିନ୍ଦୁର ପୋଖରୀରେ ଜନୈକ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ରତ୍ନମାଳୀ ସାହିର ଅମରଜିତ୍ ପଟ୍ଟନାୟକ (୨୮) ।
ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ରତ୍ନମାଳୀ ସାହିରେ ଥିବା ଶଙ୍କା ସିନ୍ଦୁର ପୋଖରୀକୁ ଆଜି ସକାଳେ ସ୍ଥାନୀୟ ଲୋକେ ସ୍ନାନ କରିବାକୁ ଯାଇଥିବା ବେଳେ ଏକ ଶବ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ଟାଙ୍ଗୀ ଅଗ୍ନିଶମ ବାହୀନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଯୁବକଙ୍କ ପରିଚୟ ମିଳିବା ପରେ ମୃତକଙ୍କ ପରିବାରକୁ ସୂଚନା ଦେଇଥିଲେ। ମୃତକଙ୍କ ପିତା ତାରାକାନ୍ତ ପଟ୍ଟନାୟକ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବକୁ ଚିହ୍ନଟ କରିଥିଲେ। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଗତକାଲି ଠାରୁ ଯୁବକ ଜଣକ ନିଖୋଜ ଥିଲେ। ଯୁବକଙ୍କ ଘରେ ବାଥରୁମର ସୁବିଧା ଥିବା ସତ୍ବେ ସେ ପୋଖରୀକୁ କାହିଁକି ଯାଇଥିଲେ, ତାହାର କାରଣ ଜଣାପଡିନାହିଁ।
Posted by: Desk, Indo Kaling Times