ବଲାଙ୍ଗିର, ଗତ ପ୍ରାୟ ବର୍ଷେରୁ ଅଧିକ ହେବ ଯାତ୍ରୀ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି। ବହୁ ଦିନରୁ ଚାଲି ଆସିଥିବା ତତ୍କାଳ ଟିକେଟ ବୁକିଂରେ ଆଗରୁ ସାଧାରଣ ଯାତ୍ରୀ ମାନଙ୍କ ଠାରୁ ଅଧିକ ବ୍ରୋକର ମାନଙ୍କ ଦ୍ଵାରା ଏକରକମ କବଜା କରି ଯାତ୍ରୀ ମାନଙ୍କୁ ମନଇଚ୍ଛା ଦମରେ ଟିକେଟ ବିକ୍ରି କରୁଥିଲେ ତାହା ନୂତନ ବାଣିଜ୍ୟିକ ଅଧିକ୍ଷକ ଯୋଗଦାନ ପରେ ବ୍ୟବସ୍ଥିତ ହୋଇପାରିଛି। ଅଭ୍ୟାସ ଗତ ଭାବରେ ଟିକେଟ କାଉଣ୍ଟରକୁ ମାଡି ବସୁଥିବ ଦଲାଲ ମାନଙ୍କୁ ଜବତ କଲା ପରେ ସ୍ଥିତିରେ ସୁଧାର ଆସିଛି। ଏବେ ସଠିକ୍ ଲୋକ ଯାତ୍ରା ପାଇଁ ବ୍ୟବସ୍ଥିତ ଭାବରେ ତତ୍କାଳ ଟିକେଟ ସୁବିଧାରେ ନେଇ ପାରୁଛନ୍ତି।ଆଜିକାଲି ଦ୍ରୁତଗାମୀ ରେଳ ଗୁଡିକରେ ସାଧାରଣ ଯାତ୍ରୀ ମାନଙ୍କ ପାଇଁ କେତେବେଳେ ଆଗ ପଟରେ ତ କେତେବେଳେ ପଛ ପଟରେ ବଗି ଯୋଡା ଯାଉଚି। ଏହି ଅଞ୍ଚଳର ଶ୍ରମିକ, ଅଶିକ୍ଷିତ, ଅର୍ଦ୍ଧ ଶିକ୍ଷିତ ଯାତ୍ରୀ ରେଳ ଯାତ୍ରା ବେଳେ ପୂର୍ବରୁ ସମସ୍ତ ଦୃତଗାମୀ ରେଳରେ ଗାଡ଼ିର ଆଗ ପଟରେ ଦୁଇଟି ଓ ପଛରେ ଦୁଇଟି ସାଧାରଣ କୋଚରେ ଯାଉଥିଲେ । ଏବେ ସାଧାରଣ ଯାତ୍ରୀ ଗାଡ଼ି ପହଁଚିଲା ପରେ ନିଜ ସ୍ଥାନ ପାଇବାକୁ ଆଗ ପଛ ଧାଦୌଡ ବେଳେ ୫ ମିନିଟ ସମୟ ଭିତରେ ନିଜ ଜାଗା ଅକ୍ତିଆର କରିପାରୁ ନଥିଲେ। ବଲାଙ୍ଗିର ଷ୍ଟେସନରେ ପୂର୍ବରୁ ପ୍ରଚଳିତ କମ୍ପ୍ୟୁଟର ଦ୍ଵାରା ସାଧାରଣ ଘୋଷଣା ବାହାରେ ସ୍ଥାନୀୟ ଭାଷାରେ ଗାଡ଼ି ଆସିବା ପୂର୍ବରୁ ବାରମ୍ବାର ଘୋଷଣା ହେଉଥିବା ଯୋଗୁଁ ପୂର୍ବରୁ ଲୋକେ ଜାଣି ପାରି ନିଜକୁ ପ୍ରସ୍ତୁତ କରି ହଇରାଣରୁ ଏବେ ରକ୍ଷା ପାଉଛନ୍ତି । ଆଜିକାଲି ରେଳ ବିଭାଗରେ ଯାତ୍ରୀ ବଢିବା ସଙ୍ଗେ ସଙ୍ଗେ ମାଲ ପରିବହନ ବୃଦ୍ଧି ପାଇଛି।
କିଛିଦିନ ଆଗରୁ ମାଲ ଲୋଡିଙ୍ଗ ଅଲୋଡିଙ୍ଗ ପାଇଁ କୁଲି ରହୁ ନଥିଲେ। ଏହି ସମୟରେ ନିଜ କାମ ଠିକ୍ କରୁଥିବା ବେଳେ ପାର୍ଶଲ୍ ସେବା ବ୍ୟବସ୍ଥିତ ହୋଇଛି। ବଡ଼ ବଡ଼ ସ୍ଥାନ ଭିତରେ ବେଙ୍ଗଲୁର, ଦିଲ୍ଲୀ, କଲିକତା, ହାଇଦ୍ରାବାଦ, ପୁନେ, ମୁମ୍ବାଇ ଇତ୍ୟାଦି ସ୍ଥାନକୁ ଯାତ୍ରାବେଳେ ଅନେକ ନିଜ ବାଇକ୍ ସେଠାରେ ରଖିଥାନ୍ତି। ଏହାର ବୁକିଙ୍ଗ କରିବା ବେଳେ ଯାହା ଡକୁମେଣ୍ଟ ମଗା ଯାଉଚି ତା ଭିତରେ ଆରସି, ଇନ୍ସୁରେନ୍ସ, ଆଧାର କାର୍ଡର ଫଟୋ କପି ମଗା ଯାଉଛି। ଫଳରେ ଚୋରି ଗାଡ଼ି ବୁକ କରି ପଠାଇବା ସମ୍ଭବ ନୁହେଁ । ଗାଡ଼ି ବୁକ୍ ବେଳେ ଲେବୁଲରେ ପାଇବା ଲୋକର ମୋବାଇଲ ନମ୍ବର ଲେଖିବାକୁ ଏଠାରେ କୁହାଯାଉଛି। ସୁବିଧା ଓ ସ୍ଥାନ ଦେଖି ଗାଡ଼ି ଗୁଡ଼ିକ ଗନ୍ତବ୍ୟ ସ୍ଥଳରେ ପହଁଚିଲା ପରେ ମୋବାଇଲ ସୂଚନା ପାଇ ଗାଡ଼ି ନେଉଥିବା ବେଳେ ବାରମ୍ବାର ଗାଡ଼ି ପାଇଁ ଷ୍ଟେସନ ଦୌଡ଼ିବାକୁ ପଡୁନାହିଁ ନିଜର ସୁବିଧାରେ ଡେଲିଭରି ମିଳି ପାରୁଚି। ଯାତ୍ରୀ ମାନେ ଅନ୍ୟ ସୁବିଧା ପାଇ ପାରୁଥିବା ଯୋଗୁଁ ସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହା ଅନେକ ସମୟର ସାମାଜିକ ଗଣ ମାଧ୍ୟମରେ ପ୍ରତିଫଳିତ ହେଉଥିବା ଦେଖା ଯାଉଛି।
Posted by: Desk, Indo Kaling Times