ରାଉରକେଲା, ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ସଂପ୍ରସାରଣ ଲାଗି ଆବଶ୍ୟକ ହେଉଥିବା ଜମି ଲାଗି ରାଜ୍ୟ ସରକାର ସହଯୋଗ କଲେନି ଯାଗା ମିଳିଲାନି, ଫଳରେ ଏଥିଲାଗି କେନ୍ଦ୍ରରୁ ଆସିଥିବା ୩୩ ହଜାର କୋଟି ଟଙ୍କା ଫେରିଯାଇଥିବା ବେଳେ ଏହାକୁ ୧୦ ମିଲିୟନ ଟନ ଉତ୍ପାଦନ କ୍ଷମତା କରିବା ଲାଗି ହୋଇଥିବା ଯୋଜନାରେ ସାମୁହିକ ପୁର୍ଣଛେଦ ପଡିଛି । ଚଳିତ ମାସ ୧୨ ତାରିଖରେ ଆରଏସପି ପକ୍ଷରୁ ମିଡିଆ ସହମତ ବିନିମୟ ଓ ଅତିତ ତଥା ବର୍ତମାନର ଆରଏସପିକୁ ନେଇ ଚାଲିଥିବା ଆଲୋଚନା ବେଳେ ଏଭଳି କିଛି ସୂଚନା ମିଳିଥିବା ବେଳେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସଂପାଦକ ତଥା ଲଢୁଆ ଶ୍ରମିକ ନେତା ପ୍ରଶାନ୍ତ ବେହେରା ଏନେଇ ରାଜ୍ୟ ସରକାରଙ୍କୁ ଲେଖିଥିବା ଚିଠିରୁ ଏହା ଷ୍ପଷ୍ଟ ହୋଇଯାଇଛି ଯେ, ରାଜ୍ୟ ସରକାର ଯାଗା ଯୋଗାଇ ନଦେବାରୁ ଆରଏସପିର ସଂପ୍ରସାରଣରେ ସାମୂହିକ ପୁର୍ଣଛେଦ ପଡିଛି । ଅତିତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ବେଳେ ରାଉରକେଲା ଗସ୍ତରେ ଆସି ହୋଟେଲ ମେଫେୟାର ଠାରେ ସାମ୍ବାଦିକ ମାନଙ୍କୁ ଦେଇଥିବା ଉଦବୋଧନରେ କହିଥିଲେ ରାଉରକେଲା ଇସ୍ପାତ କାରଖାନାର ଯାଗା ଗୁଡିକ କିଛି ବସ୍ତି ଅଂଚଳ ଲାଗି ଜବର ଦଖଲ ହୋଇ ରହିଥିବାରୁ ଆରଏସପିର ସଂପ୍ରସାରଣ ହୋଇପାରୁନି, ଯଦି ଏହାର ସମାଧାନ ହୋଇଜିବ ତେବେ ଭାରତ ବର୍ଷରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଆରଏସପି ପ୍ରମୁଖ ଭୂମିକା ଗ୍ରହଣ କରିବ ଓ ସେହି ତୁଳାନାରେ ରାଜ୍ୟ ମଧ୍ୟ ଉନ୍ନତି ହେବ । ତେବେ ସେ ଏହି ମନ୍ତ୍ରାଳୟରୁ ଯିବା ପରେ ସେଲ ଆବଶ୍ୟକ କରୁଥିବା ବନ୍ଧମୁଣ୍ଡା, ତିଲକାନଗର, ଉଦିତନଗର ସମ୍ମୁଖ ଅଂଚଳରୁ ସିଭିଲଟାଉନ ସମ୍ମୁଖ ଅଂଚଳ ଯାଏ ରହିଥିବା ଜବର ଦଖଲ ସମେତ ସେକ୍ଟର ଅଂଚଳର କିଛି ଜବର ଦଖଲ ଉଛେଦ ଲାଗି ଆବଶ୍ୟକ ହେଉଥିବା କ୍ଷତିପୁରଣ ଓ ସଂପ୍ରସାରଣ ଖର୍ଚ୍ଚ ଲାଗି ମୋଟ ୩୩ ହଜାର କୋଟି ଟଙ୍କା ପ୍ରଥମ ଦଫାରେ ଆରଏସପିଲାଗି ବ୍ୟବସ୍ଥା କରିଥିଲା, ମାତ୍ର ରାଜ୍ୟ ସରକାର ଏନେଇ ସେଭଳି କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହି ଟଙ୍କା ବୋକାରୋ ଷ୍ଟିଲ ପ୍ଲାଟଂକୁ ଚାଲିଗଲା । ୧୯୫୯ରେ ଆରଏସପି ନିର୍ମାଣ ଲାଗି ସେ ସମୟରେ ଆଖ ପାଖରେ ଥିବା ଖଣିଜ ସଂପଦକୁ ସୁବିନିଯୋଗ ଏହାର ସ୍ଵପ୍ନ ଦେଖାଯାଇଥିଲା । ସେତେବେଳେ ଓଡିଶାର ବଳିଷ୍ଠ ନେତୃତ୍ଵ ବିଜୁ ପଟ୍ଟନାୟକ ଏହାକୁ ଆଗେଇ ନେବା ଲାଗି ଆଗଭର ହୋଇ ଉଭୟ ରାଜ୍ୟର ସହଯୋଗ ସହ କେନ୍ଦ୍ରକୁ ରାସ୍ତା ଦେଖାଇଥିଲେ ଏହା ସବୁଦିନ ଲାଗି ଇତିହାସରେ ଉଲ୍ଲେଖ ରହିଥିବ । ସେ ସମୟରେ ଆରଏସପିର ଉପ୍ପାଦନ କ୍ଷମତା ଯାହାଥିଲା, ତାକୁ ବଢାଯାଇ ୪.୫ ମିଲିୟନ ଟନରେ ପହଁଚା ଗଲା । ସେ ସମୟରେ ବିଜୁ ବାବୁ ସ୍ଵପ୍ନ ଦେଖିଥିଲେ ଆରଏସପି ହେଲେ ଉଠାରେ ଶ୍ରମ ସୃଷ୍ଟିି ହେବା ସହ ପ୍ରତ୍ୟକ୍ଷ ପରୋକ୍ଷରେ ଅନେକ ଲୋକ କାମ ଧନ୍ଦା ପାଇବେ । ତାହା ହିଁ ବର୍ତମାନ ଯାଏ ଚାଲିଛି । ବର୍ତମାନ ଆରଏସପି ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ତଥା ନିଯୁକ୍ତି କ୍ଷେତ୍ରରେ ଅନେକ ସହାୟକ ହୋଇଛି । ରାଜ୍ୟର ଖଣିଜ ସଂପଦକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଶିଳ୍ପ ଓଡିଶାରେ ପ୍ରତିଷ୍ଠା ହୋଇ ଷ୍ଟିଲ ଉତ୍ପାଦନ କରୁଛନ୍ତି, ହେଲେ ଆରଏସପି ଭଳି ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ଭଳି କାମ କରିବାରେ ପଛରେ ରହିଛନ୍ତି ।କାରଣ ସେ ସବୁ ବ୍ୟକ୍ତଗତ ମାଲିକାନାରେ ପ୍ରତିଷ୍ଠିତ କାରଖାନା ଏହା ହେଉଛି ପବ୍ଲିକ ଅଣ୍ଡର ଟେକିଂ ସଂସ୍ଥା ତେଣୁ ଏଥିରେ ନିଶ୍ଚୟ ଫରକ ରହିବ । ଏତେ ସବୁ କାରଖାନା ରାଜ୍ୟରେ ହେବା ସତ୍ବେ ରାଜ୍ୟରେ ଦାଦନଙ୍କ ସଂଖ୍ୟା ଅନେକ ଦାଦନ ସମସ୍ୟାକୁ ସମାଧାନ କରିବାରେ ଏହି ସବୁ ଶିଳ୍ପ ସାହାଜ୍ୟ କରିପାରୁନାହାନ୍ତି । ତେବେ ରାଉରକେଲା ଇସ୍ପାତ କାରଖାନାର ସମସ୍ତ ପ୍ରକାର ଭିତିଭୂମି ରହିଛି, ଯାଂତ୍ରିକ ଠାରୁ ଆରମ୍ଭ କରି ଅଫିସ ଘର ଦ୍ଵାର ସମେତ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଜମି ମଧ୍ୟ ଆରଏସପିର, କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସେ ଜମି ଗୁଡିକୁ ଧିରେ ଧିରେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ଆସି ମାଡି ବସି ଘର ଦ୍ଵାର ସହ ବସ୍ତି ତିଆରି କରି ରହିଲେ । ଏହି ସବୁ ବସ୍ତି ଅଂଚଳ ମଧ୍ୟ ଭୋଟର ତାଲିକାରେ ରହିଲା, ପ୍ରତି ବର୍ଷ ଏମାନଙ୍କୁ ରାଜନେତା ମାନେ ନାନା ସ୍ଵପ୍ନ ଦେଖାଇ ଭୋଟ ନେଇ ରାଜନୀତିରେ ରହିଲେ, କିନ୍ତୁ ଯାଗା ଯାହାର ସେ ଯେତେବେଳେ ସଂପ୍ରସାରଣ ଲାଗି ଚାହୁଁଛି ତାହା ହୋଇପାରୁନି । ଖାଲି ରାଉରକେଲା ଇସ୍ପାତ କାରଖାନା ନୁହେଁ ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ ମଧ୍ୟ ଏହି ଭଳି ସମସ୍ୟା ଲାଗି ଆଗେଇ ପାରୁନି । ଏନେଇ ଶ୍ରମିକ ନେତା ପ୍ରଶାନ୍ତ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, କେନ୍ଦ୍ରରୁ ଆସିଥିବା ୩୩ ହଜାର କୋଟି ଟଙ୍କା ୨ ମାସ ତଳେ ଫେରିଗଲା, ଏହା ପୂର୍ବରୁ ଶ୍ରମିକ ସଂଘ ତରଫରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା, କୁହାଯାଇଥିଲା ଆପଣଙ୍କ ସ୍ଵର୍ଗତ ବାପା ଯାହାକୁ ଆରମ୍ଭ କରିବାରେ ସହଯୋଗ କରିଥିଲେ ଆପଣ ତାକୁ ଆଉ ଦୁଇ ପାଦ ଆଗକୁ ନେବାରେ ସହଯୋଗ କରନ୍ତୁ, କିନ୍ତୁ କୌଣସି ଉତର ମିଳିନଥିଲା, ପରେ ସାଂସଦ ଭର୍ତୁହରି ମହତାବଙ୍କ ନେତୃତ୍ଵରେ ଭୁବନେଶ୍ଵର ଆସିଥିବା ଷ୍ଟାଣ୍ଡିଂ କମିଟୀକୁ ମଧ୍ୟ ଶ୍ରୀ ବେହେରା ଭେଟି ଏ ସଂପର୍କରେ ଜଣାଇଥିଲେ ବୋଲି ସେ କହିଛନ୍ତି । ଘରୋଇ ସ୍ତରରେ ଅନେକ କାରଖାନା ସେମାନଙ୍କ ଉତ୍ପାଦନ ବଢାନ୍ତୁ କିନ୍ତୁ ଯେତେବେଳେ ଆରଏସପି ଭଳି ସଂସ୍ଥାର ସଂପ୍ରସାରଣ ହୁଏ ସେତେବେଳେ ରାଜ୍ୟ ତଥା ରାଜ୍ୟ ବାସୀଙ୍କର ସାମୁହିକ ଉନ୍ନତି ହୋଇଥାଏ, ତେଣୁ ରାଜ୍ୟ ସରକାର ଓଡିଶାର ସ୍ଵାର୍ଥ ତଥା ସୁନ୍ଦରଗଡ ଜିଲ୍ଲାର ସ୍ଵାର୍ଥକୁ ଦୃଷ୍ଟିରେ ରଖି ଜମି ଅଧିଗ୍ରହଣ ଲାଗି ଆରଏସପିକୁ ସହଯୋଗ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Posted by: Desk, Indo Kaling Times
Related Stories
November 22, 2024