ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ ୧ ଜୁନ ରୁ ୧୩ ଜୁଲାଇ ମଧ୍ୟରେ ୨୪୩.୯ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୩୪.୪ ମି.ମି. ତୁଳନାରେ ୨୭ ପ୍ରତିଶତ କମ୍ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୭୪.୫ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୪୨ ପ୍ରତିଶତ ଅଧିକ ରହିଛି ।
ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪ ମି.ମି. ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ କମ୍ ରହିଛି । ୧୭ ଜିଲ୍ଲାରେ ନିଅଂଟିଆ, ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଂଟିଆ, ଗୋଟିଏ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।