ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୧୩ ଜୁଲାଇ ମଧ୍ୟରେ ୨୪୩.୯ ମି.ମି. ବର୍ଷା ରେକର୍ଡ କରାଯାଇଛି, ଏହି ଅବଧି ମଧ୍ୟରେ ସ୍ଵାଭାବିକ ବର୍ଷା ୩୧୪ ମି.ମି. ରହିଥାଏ । ତେବେ ସ୍ଵାଭାବିକ୍ ବର୍ଷା ଠାରୁ କମ୍ ବୃଷ୍ଟିପାତ ଯୋଗୁଁ ଗୋଟିଏ ଜିଲ୍ଲାକୁ ବିରାଟ ନିଅଂଟିଆ କାଟାଗୋରୀ, ୧୭ ଜିଲ୍ଲାକୁ ନିଅଂଟିଆ, ଗୋଟିଏ ଜିଲ୍ଲାକୁ ଅତ୍ୟଧିକ ନିଅଂଟିଆ ଏବଂ ୧୧ ଜିଲ୍ଲାକୁ ସାଧାରଣ କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times
Related Stories
November 23, 2024