ଭୁବନେଶ୍ୱର, ୧୫ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ କର୍ମଚାରୀ । ପୋଲିସ୍ କର୍ମଚାରୀ ଜଣକ ହେଉଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତିଆ । ଭିଜିଲାନ୍ସ ମମତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରିବା ସହ ଗିରଫ କରିଛି । ମମତା ଏକ ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଲାଂଚ ନେଉଥିବା ଅଭିଯୋଗ ପାଇ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ । ଗୁରୁବାର ଦିନ ମମତା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ପରେ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।
Posted by: Desk, Indo Kaling Times
Related Stories
September 16, 2024