
ବଲାଙ୍ଗିର , ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି କାର୍ଯକ୍ରମ ଧାର୍ଯ୍ୟ ହୋଇଛି । ସୂଚନା ଅନୁସାରେ ଅଗଷ୍ଟ ୦୭ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦ ମି ସମୟରେ ଜିଲ୍ଲା ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହେବ । ସେହିପରି ୧୪ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦ ମି ରେ ଟିଟିଲାଗଡ, ୨୧ ତାରିଖ ସକାଳ ଘ ୧୦.୩୦ ମି ରେ ତୁରେକେଲା, ୨୮ ତାରିଖ ସକାଳ ଘ ୧୦.୩୦ ମି ରେ ପାଟଣାଗଡ ରେ ଅନୁଷ୍ଠିତ ହେବ । ଏହି ଯୁଗ୍ମ ଅଭିଯୋଗ ଜନଶୁଣାଣିରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗ ସହ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ,ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନ୍ଯାନ୍ଯ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀ ମାନେ ଦରଖାସ୍ତ ଗ୍ରହଣ କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ।
Posted by: Desk, Indo Kaling Times