କନ୍ଧମାଳ ,ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା, ଆଜି ଏକ ଲଞ୍ଚ ନେବା ମାମଲାର ବିଚାର କରି ଘଟଣାର ୧୨ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯାଳୟ ର ମୁଖ୍ୟ କିରାଣୀ,ଚତୁର୍ଭୁଜ ଖମାରୀ କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ତାକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶ ଇଛନ୍ତି ବିଚାରପତି। ମାମଲା କୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଭି. ଭି ରାମଦାସ ପରିଚାଳନା କରୁଥିଲେ ।ସୁଚନା ଅନୁସାରେ ଗତ ୨୦୧୯ ମସିହା ଡିସେମ୍ବର ମାସ ୪ ତାରିଖରେ ଚତୁର୍ଭୁଜ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଂଚଳର ନର୍ମଦା ଟାମୁକିଆଙ୍କ ଫେମିଲି ପେନସନ୍ ରେଗୁଲାର କରାଇ ଦେବା ପାଇଁ ନର୍ମଦାଙ୍କ ଶାସୁ କୌଶଲ୍ୟା ଟାମୁକିଆଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଟଙ୍କା ସମେତ ଧରା ପଡିଥିଲେ। ଭିଜିଲାନ୍ସ ବିଭାଗ ଚତୁର୍ଭୁଜ କୁ ଗିରଫ କରି ଏକ ମାମଲା ୨୩/୧୯ ରୁଜୁ କରି ତାକୁ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ଆଜି ସେହି ମାମଲାର ବିଚାର କରି ମାନ୍ୟବର ବିଚାରପତି, ଉପୋରୋକ୍ତ ରାୟ ଶୁଣାଇଛନ୍ତି ।
Posted by: Desk, Indo Kaling Times
Related Stories
November 23, 2024