ଭୁବନେଶ୍ୱର – ଭାରତୀୟ ରେଡ୍କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର କାର୍ଯ୍ୟକାରିଣୀ ବୈଠକ ରେଡ୍କ୍ରସ ଭବନଠାରେ ଅନୁÂିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ରେଡ୍କ୍ରସ ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଂପାଦକ ସି.ଟି.ଏମ୍. ସୁଗୁଣା, କୋଷାଧ୍ୟକ୍ଷ ଡ. କଳ୍ପନା ଦାସ ଓ ଅନ୍ୟ ସଦସ୍ୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକାରିଣୀ ବୈଠକରେ ରେଡ୍କ୍ରସ ଓଡ଼ିଶା ରାଜ୍ୟ ଶାଖାର ବିଭିନ୍ନ କାର୍ଯ୍ୟ ଓ ଆଗାମୀ ଦିନର ଲକ୍ଷ୍ୟ ଓ ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ରେଡ୍କ୍ରସ ଭଳି ଏକ ମହାନ ଅନୁÂାନର କାର୍ଯ୍ୟକ୍ରମକୁ ଆଗାମୀ ଦିନରେ କିପରି ତ୍ୱରାନ୍ୱିତ କରାଯିବ ସେ ସଂପର୍କରେ ଆଲୋଚନା ହୋଇଛି । ରେଡ୍କ୍ରସକୁ ଆହୁରି କ୍ରିୟାଶୀଳ କରାଯିବା ସହିତ ଆପଦକାଳୀନ ସମୟରେ ରେଡ୍କ୍ରସର ପ୍ରଶଂସନୀୟ ଭୂମିକା ଓ ରକ୍ତଦାନ ଏବଂ ରକ୍ତ ସଂଗ୍ରହଣ ଭଳି ପୁଣ୍ୟକାର୍ଯ୍ୟ କ୍ଷେତ୍ରରେ ଅନୁÂାନର ଦାୟିତ୍ୱ ସଂପର୍କରେ ଅବଗତ କରି କହିଲେ ଯେ ରକ୍ତଦାନ ଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ଏ ଦିଗରେ ଜନସଚେତନତା ସୃଷ୍ଟି ଦିଗକୁ ରେଡ୍କ୍ରସ ଗୁରୁତ୍ୱ ଦେଇଆସୁଛି ।