କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ପୁରୀ ଜିଲ୍ଲାରେ ଟେବୁଲ୍ ଟପ୍ ଏକ଼ସରସାଇଜ ଅନୁଷ୍ଠିତ ହୋଇଯାଇଛି । ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ବିବିଧ ବିପର୍ଯ୍ୟୟ ର ମୁକାବିଲା ପାଇଁ ବିପର୍ଯ୍ୟୟର ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ପୂର୍ବ ଅଭିଜ୍ଞତା ଓ ଅନୁଭବ ରୁ ବିପର୍ଯ୍ୟୟ ର ମୁକାବିଲା ଏହା ସହ ଜଡିତ ପ୍ରତ୍ୟେକ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଓସଡାମାର ଜିଏମ ସୁନିତା ଜେନା, ଏ ଡି ଏମ ଓ ଡା ବିରଜା ଶଙ୍କର ରଥ ବିପର୍ଯ୍ୟୟର କାରଣ, ନିରାକରଣ, ପ୍ରସ୍ତୁତି, ବିଭାଗ ଅନୁସାରେ ଆକ୍ସନ ପ୍ଲାନ୍ ସମ୍ପର୍କ ରେ ବିଷଦ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ବିଭାଗ ର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଏକ଼ସରସାଇଜ ଜିଲ୍ଲା ସଦର ମହକୁମା, ସମସ୍ତ ବ୍ଲକ୍ ଓ ସହରାଞ୍ଚଳମାନଙ୍କ ରେ ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ସମସ୍ତ ୧୭୯ ଗୋଟି ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ୱାଟକୋ ର ଜିଏମ ଭବାନୀ ଶଙ୍କର ମହାନ୍ତି, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଓଡ୍ରାଫ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।
Posted by: Desk, Indo Kaling Times