
ଗଞ୍ଜାମ, ଓଡିଶାରେ ଅଙ୍ଗନବାଡ଼ି ଆନ୍ଦୋଳନ ତୀବ୍ରତର ହେଵା ଆଶଙ୍କା ଦେଖାଦେଇଛି। ଗତ ବର୍ଷ ନଭେମ୍ବର ୨୧ ତାରିଖରୁ ଚଳିତ ବର୍ଷ ଜାନୁଆରୀ ୩ ତାରିଖ ଯାଏ ଵିଏମସି ସମର୍ଥନରେ ଅଲ ଓଡିଶା ଅଙ୍ଗନବାଡି ଲେଡିସ କର୍ମଚାରୀ ଏସୋସିଏସନ ପକ୍ଷରୁ ଐତିହାସିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ସାରା ରାଜ୍ୟରେ ଚହଳ ପକାଇ ଅଙ୍ଗନବାଡ଼ି କେନ୍ଦ୍ରରେ ଚାବି ପକାଇ ଦେଇଥିଲେ। ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ସାଲିସ କରି ମାର୍ଚ୍ଚ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ଦାଵି ସରକାରଙ୍କ ପକ୍ଷରୁ ପୂରଣ କରାଯାଇନଥିଵାରୁ ପୁଣି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗଞ୍ଜାମ ଜିଲାଏସୋସଏସନ ସଭାନେତ୍ରୀଙ୍କ ଠାରୁ ଆଭାସ ମିଳିଛି।
Posted by: Desk, Indo Kaling Times