
ଗଞ୍ଜାମ, ବ୍ରହ୍ମପୁରରେ ଘଟିଯାଇଛି ଚାଂଚଲ୍ୟକର ଘଟଣା । ବିଜୁ ପଟ୍ଟନାୟକ ପାର୍କ ପରିସର ପୋଖରୀରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଏମାନେ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡିଛି । ତେବେ କେମିତି ଦୁହିଁଙ୍କ ମୃତ୍ୟୁ ଘଟିଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
Posted by: Desk, Indo Kaling Times