
ଭୁବନେଶ୍ୱର, କଂଗ୍ରେସ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ସମାଲୋଚନା କରିଛି । ଏହି ଯୋଜନା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେଡି କର୍ମୀଙ୍କୁ ପୋଷିବାକୁ ଯୋଜନା ହୋଇଛି। ସେ କହିଛନ୍ତି ଯେ ବିଜେଡି କର୍ମୀ କିମ୍ବା ମନୋନୀତ ଠିକାଦାରଙ୍କୁ ଏହି ଅର୍ଥ ଦିଆଯିବ । ୪ ହଜାର କୋଟି ଟଙ୍କାରେ ୧ ହଜାର ଶୀତଳ ଭଣ୍ଡାର ଖୋଲି ହୁଅନ୍ତା ବୋଲି ସେ କହିଛନ୍ତି । ନିର୍ବାଚନୀ ଇସ୍ତାହାରରେ ଥିବା ସତ୍ତ୍ବେ କାହିଁକି ଶୀତଳ ଭଣ୍ଡାର କଲେନି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟ ପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ନିର୍ବାଚନ ଆସିଲେ ନୂଆ ଯୋଜନା ଘୋଷଣା ହୁଏ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କହୁଛନ୍ତି, ରତ୍ନଭଣ୍ଡାର କାହିଁକି ଖୋଲୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
Posted by: Desk, Indo Kaling Times