
ଭୁବନେଶ୍ୱର, ଆମ ଓଡ଼ିଶା ନବୀନ ଓଡିଶା ଯୋଜନାର କିଛି ମୁଲ୍ୟ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ । ରାଜ୍ୟ କ୍ୟାବିନେଟ ଦ୍ୱାରା ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଂଜୁରୀ ମିଳିବା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାଉତରାୟ କହିଛନ୍ତି ଯେ ସରକାରଙ୍କ କୌଣସି ଯୋଜନାର ଉପକାର ଗରିବ ଲୋକେ ପାଉନାହାନ୍ତି । ଯୋଜନା କେବଳ ପାଣିର ଗାର । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ସରକାର ଏପରି ଧୂଆଁବାଣ ମାରୁଛନ୍ତି ବୋଲି ସେ କହିଛନ୍ତି ।
Posted by: Desk, Indo Kaling Times