
ଭୁବନେଶ୍ଵର, ଗତ ୨୪ ଘଂଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସ୍ଵାଭାବିକ ସହ ରାଜ୍ୟରେ ହାରାହାରି ୯.୯ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୯.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ ରହିଛି । ଆଜି ଉପକୂଳ ଓଡ଼ିଶାର କିଛି ଅଂଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times