ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୧୧ ଜୁଲାଇ ମଧ୍ୟରେ ୨୩୨.୭ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୧୪ ମି.ମି. ତୁଳନାରେ ୨୬ ପ୍ରତିଶତ କମ୍ ରହିଛି ।
ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୬.୮ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୪୫ ପ୍ରତିଶତ ଅଧିକ ରହିଛି ।
ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୬.୫ ମି.ମି. ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times