
ମାଲକାନଗିରି,ମାଲକାନଗିରି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ମାଲକାନଗିରି ସଭା ଗୃହରେ ବହୁ ଆଡ଼ମ୍ବରରେ ପାଳିତ ହୋଇଅଛି। ଏହି ସଭାକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଅଧ୍ୟକ୍ଷ ଆଇନଜୀବି ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦାନ କରି ମାଲକାନଗିରି ମହାବିଦ୍ୟାଳୟର ପୁରୁଣା ସ୍ମୃତିକୁ ମନେ ପକାଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢି ଉତ୍ତମ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ରୂପେ ପରିଚାଳନା କମିଟିର ସଭାପତି ଡ଼ଃ. ଉଦୟ ନାଥ ଖରା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପୂର୍ବତନ ବିଧାୟକ ତଥା ମାଲକାନଗିରି ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଗଙ୍ଗାଧର ମାଢ଼ିଙ୍କ ଉଦ୍ୟମରେ ଏହି ମହାବିଦ୍ୟାଳୟ କିପରି ଗଢି ଉଠିଲା ତାହା ଆଲୋକପାତ କରିଥିଲେ। ସଭାରେ ପ୍ରତିଷ୍ଠାତାଙ୍କ ନାତୁଣୀ ସ୍ମୃତିପ୍ରଭା ନାୟକ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟରେ ଉଚ୍ଚ ଆକାଂକ୍ଷା ସହ ଉତ୍ତମ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ପ୍ରାଧ୍ୟାପକ ଅଶୋକ କୁମାର ଷଡଙ୍ଗୀ ଉପସ୍ଥିତ ରହି ମାଲକାନଗିରି ମହାବିଦ୍ୟାଳୟ କିପରି ଗଢି ଉଠିଥିଲା ଯେଉଁ ମାନଙ୍କର ତ୍ୟାଗ ରହିଥିଲା ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଡ଼ଃ. ରଞ୍ଜନ କୁମାର ସ୍ବାଇଁ ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଗଙ୍ଗାଧର ମାଢିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା।
ଏହି ଅବସରରେ ପୂର୍ବତନ ଛାତ୍ର ସଭାପତି ଦେବବ୍ରତ ସାନା, ଲକ୍ଷ୍ମୀକାନ୍ତ ପୂଜାରୀ, ବସନ୍ତ ନାୟକ, ରବି ରାଜେଶ କୁମାର, ଜଗଦୀଶ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ନିଜର ଅନୁଭୂତି ବଖାଣି ଥିଲେ। ଏଥିରେ ୨୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ସମେତ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହିଥିଲେ। ସଭା ଶେଷରେ ଉପଦେଷ୍ଟା ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Posted by: Desk, Indo Kaling Times