-
ଭିଡ଼ିଓ ଓ ରିଲସି କରି ସୋସିଆଲ ମିଡ଼ିଆରେ ଭାଇରାଲ, ଏନେଇ ପୁରୀ ଜ଼ିଲ୍ଲା ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା,
ପୁରୀ,ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ ଗ୍ରାହୀ ମାନଙ୍କୁ ଏକ ଚିଠି କରିଥିଲେ | ଯାହାର ଚିଠି ନମ୍ବର XII-15/2023ଅଟେ |ଯେଉଁ ଚିଠିର ଚାରି ନମ୍ବରରେ ଉଲେଖ ଅଛି ରଥ ଉପରେ କେହି ମୋବାଇଲ ଫୋନ ବ୍ୟବହାର କରିବେ ନାହିଁ ଓ ପାଞ୍ଚ ନମ୍ବରରେ ଉଲେଖ ଅଛି କୋୖଣସି ଅଣସେବକ ରଥ ଉପରେ ରହିବେ ନାହିଁ ବୋଲି ନିୟମ ରହିଛି |କିନ୍ତୁ ଅନେକ ଅଣସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢିବା ସହ ଠାକୁରଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି ବୋଲି ଯୁବ ଅଧିବକ୍ତା ମଞ୍ଚ ଅଭିଯୋଗ କରିଛି |ମଞ୍ଚ ଏତଲାରେ ଲେଖିଛି ଯେ ରଥ ଉପରକୁ କିଛି ଅଣ ସେବାୟତ ଯାଇ ଠାକୁରଙ୍କୁ କୁଣ୍ଢାଇବା ସହିତ ବିଭିନ୍ନ ଭଙ୍ଗୀରେ ଫଟୋ ଓ ଭିଡିଓ ଉଠାଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଛାଡିଛନ୍ତି ଓ ଅନେକ ରଥ ଉପରେ ଠାକୁରଙ୍କ ପାଖରୁ ରୀଲସ କରିଥିବା ଦେଖିବାକୁ ମିଳିଛି |ଯାହା ସାମାଜିକ ଗଣମାଧ୍ୟମରେ ବିପୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |
ମହାପ୍ରଭୁଙ୍କ ପୋଷାକ ବଦଳା ଭିଡ଼ିଓ ଵି ସୋସିଆଲ ମିଡ଼ିଆରେ ଛଡା ଯାଇଛି |ଯାହାକି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି ହୋଇଥିବା ନିର୍ଦେଶନାମାକୁ ଉଲଘଂନ କରିଛି |
ଏଣୁ ମଞ୍ଚ କହିଛି ଉପଯୁକ୍ତ ତଦନ୍ତ କରି ସାରି
ସମସ୍ତଙ୍କ facebook କୁ ଯାଞ୍ଚ କରିବା ସହ ଯେଉଁମାନେ ରଥଉପରେ ଫଟୋ ଭିଡ଼ିଓ କରିଛନ୍ତି ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (IPC) ର ଦଫା 295,295A, 296 ଅନୁସାରେ ମକଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ପୁରୀ ଜ଼ିଲ୍ଲା ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ପ୍ରଦାନ ଏତଲାରେ ଦର୍ଶାଯାଇଛି |ଏବଂ ଏତେ ସଂଖ୍ୟକ ଅଣସେବାୟତ ରଥ ଉପରକୁ କିପରି ଚଢ଼ିଲେ ତାହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମଞ୍ଚ ଅଭିଯୋଗ କରିଛି | ଏତଲା ପ୍ରଦାନ ସମୟରେ ମଞ୍ଚର ଆବାହକ ଅନିଲ୍ କୁମାର ସାହୁ, ଉମାଶଙ୍କର ସାହୁ, ବିଚିତ୍ରା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ |
Posted by: Desk, Indo Kaling Times