
ଗଞ୍ଜାମ, ଏବେ ଚାରିଆଡେ ମାଡି ଚାଲିଛି ଆଖିଧରା ରୋଗ । ଜଣକ ଠାରୁ ଅନ୍ୟ ଜଣକୁ ସଂକ୍ରମଣ ହେବାରେ ଲାଗିଛି ଏହି ରୋଗ । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଆଖିଧରା ରୋଗକୁ ନେଇ ସମସ୍ତେ ପ୍ରାୟ ଚିନ୍ତିତ ହୋଇପଡିଛନ୍ତି । ବ୍ରହ୍ମପୁର ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଚକ୍ଷୁ ଚିକିତ୍ସାଳୟରେ ଆଖିଧରା ରୋଗୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ରୋଗ ଭୂତାଣୁଜନିତ । ବିଶେଷ କରି ସ୍କୁଲ ପିଲାଙ୍କ କ୍ଷେତ୍ରରେ ଆଖିଧରା ରୋଗ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ସହର ଠାରୁ ଆରମ୍ଭ କରି ମଫସଲ ଅଂଚଳରେ ସ୍କୁଲ ପିଲାଙ୍କୁ ଆଖିଧରା ରୋଗ ଦେଖାଦେଇଥିବା ଯୋଗୁଁ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି । ଏହା ଏକ ସଂକ୍ରମଣ ରୋଗ ମୁଖ୍ୟତଃ ସ୍ପର୍ଶ ମାଧ୍ୟମରେ ବ୍ୟାପୀଥାଏ । ତେଣୁ ଆଖି ଧରିଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ସହ ସେମାନେ ବ୍ୟବହାର କରୁଥିବା ସାମଗ୍ରୀକୁ ବ୍ୟବହାର ନକରିବାକୁ ଚକ୍ଷୁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
Posted by: Desk, Indo Kaling Times