
-
ଚିକିଟି-ତୁମ୍ବା ୩୨ କିଲୋମିଟରକୁ ଷାଠିଏ ଟଙ୍କା ଭଡ଼ା ଆରଟିଓ ଦୃଷ୍ଟି ଦେବାକୁ ଦାବି
ଗଞ୍ଜାମ, ଚିକିଟି ଠାରୁ ଜରଡ଼ା ଏବଂ ତୁମ୍ବା ଅଭିମୁଖେ ଯାଉଥିବା ଘରୋଇ ବସ୍ ଗୁଡିକ କିଲୋମିଟର ପିଛା ପ୍ରାୟ ଦୁଇ ଟଙ୍କା ହିସାବରେ ଦର ଧାର୍ଯ୍ୟ କରି ଚିକିଟିରୁ ଜରଡ଼ା ୨୫ କିଲୋମିଟରକୁ ୫୦ ଟଙ୍କା ଓ ଚିକିଟିରୁ ତୁମ୍ବା ୩୨ କିଲୋମିଟରକୁ ଷାଠିଏ ଟଙ୍କା ଭଡ଼ା ନେଉଛନ୍ତି । ଏପରିକି କୌଣସି ଯାତ୍ରୀ ଏହାର ପ୍ରତିବାଦ କଲେ ତାଙ୍କୁ କଣ୍ଡକ୍ଟର ଦୁର୍ବ୍ୟବହାର କରିବା ସହ ଅଧା ବାଟରେ ବସ୍ ରୁ ଓହ୍ଲାଇ ଦେଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ପରିବହନ ବିଭାଗ ଓ ଆରଟିଓ ଛତ୍ରପୁର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାରମ୍ବାର ଖବର ପ୍ରସାରଣ ଓ ବହୁ ବାଦ ବିବାଦ ପରେ ଗଞ୍ଜାମ ଆରଟିଓଙ୍କ ହସ୍ତକ୍ଷେପ ଫଳରେ ସପ୍ତାହେ ହେଲା ଚିକିଟିରୁ ବ୍ରହ୍ମପୁରକୁ ବସ୍ ଭଡ଼ା ୫୦ ରୁ ୪୦ ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ୍ ଏହି ରୁଟ୍ ରେ ବସ୍ ଭଡ଼ା ସପ୍ତାହେ ହେଲା ୧୦ ଟଙ୍କା ହ୍ରାସ ପାଇଛି । ଆରଟିଓଙ୍କ ଏହି ପଦକ୍ଷେପ ପରେ ଗୋଟିଏ ଦୁଇଟି ବସକୁ ବାଦ୍ ଦେଲେ ଅନ୍ୟ ଗାଡି ଯାତ୍ରୀଙ୍କ ଠାରୁ ସଠିକ୍ ଭଡ଼ା ୪୦ ଟଙ୍କା ନେଉଥିବା ଜଣାପଡିଛି।
Posted by: Desk, Indo Kaling Times