
ପୁରୀ, ଦିଗବାରେଣି ନିକଟ ସମୁଦ୍ରରେ ଆଜି ଜଣେ ପର୍ଯ୍ୟଟକ ରିପ କରେଣ୍ଟରେ ପଡ଼ି ଗୁରୁତର ହେବା ସହ ବୁଡି ଯାଇଥିଲେ। ହରଚଣ୍ଡି ଲାଇଫ ଗାର୍ଡ ଓ କାଳିମା ଲାଇଫ ଗାର୍ଡ ର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ । ଦିଗବାରେଣି ନିକଟରେ ବୁଡି ଯାଇଥିବା ବେଳେ ବ୍ଲୁ ଫ୍ଲାଗ ନିକଟରୁ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପର୍ଯ୍ୟଟକଙ୍କ ପରିଚୟ ଜଣାପଡିନି। ଲାଇଫ ଗାର୍ଡ ସହାୟତାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କର୍ତ୍ତା ହେଲେ ହରଚଣ୍ଡି ଲାଇଫ ଗାର୍ଡର ମୋଡୁ ଗୋବିନ୍ଦା, ଆପିଲି ଦେବରାଜ ଓ କାଳିମା ଲାଇଫ ଗାର୍ଡର ଓଡି ଅରୁଣ। ସମୁଦ୍ରରେ ଏବେ ରିପ କରେଣ୍ଟ ସାଙ୍ଘାତିକ ରୂପ ନେଉଛି।
Posted by: Desk, Indo Kaling Times