
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସ୍କୁଲ 1984 ମସିହା ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଗଠିତ ସୁନୀଲ ମିଶ୍ର ଫାଉଣ୍ଡେସନ ତରଫରୁ ୨୦୨୨ ମସିହା ମ୍ୟାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲର ସର୍ବୋଚ୍ଚ ନମ୍ବର ରଖିଥିବା ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଂଶୁମାନ ସ୍ବାଇଁ, ଦ୍ବିତୀୟ ସ୍ଥାନ
ଅଧିକାର କରିଥିବା କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନର୍ମଦା ପ୍ରଧାନ ଙ୍କୁ ପୁରୀ ଜିଲ୍ଲା ସ୍କୁଲ ସଭା ପ୍ରାଙ୍ଗଣରେ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା ଓ A1 ଗ୍ରେଡ଼ ପାଇଥିବା ଅନ୍ୟ ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
୨୦୨୩ ମସିହା ମ୍ୟାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲର ସର୍ବୋଚ୍ଚ ନମ୍ବର ରଖିଥିବା ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭମ ପରିଡା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦୀପକ କୁମାର ନାୟକ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦୀପକ କୁମାର ସାହୁ ଙ୍କୁ ପୁରୀ
ଜିଲ୍ଲା ସ୍କୁଲ ସଭା ପ୍ରାଙ୍ଗଣରେ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା କରାଯାଇଥିଲା ଏବଂ A1 ଗ୍ରେଡ଼ ପାଇଥିବା ଅନ୍ୟ ୭ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କୃତି ଛାତ୍ର ଛାତ୍ରୀ ମାନଙ୍କୁ ଫାଉଣ୍ଡେସନ ତରଫରୁ ଟ ୭,୦୦୦, ଟ ୬,୦୦୦, ଓ ୫,୦୦୦ ର ଚେକ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା | ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ଜୋତିର୍ମୟୀ ମିଶ୍ରଙ୍କ ସଭାପତିତ୍ବରେ, ଶିକ୍ଷକ ଓ ସ୍କୁଲ ଛାତ୍ର, ଛାତ୍ରୀଙ୍କ ଗହଣରେ ସମ୍ବନ୍ଧିତ ଛାତ୍ରମାନଙ୍କୁ ଭଲ ପାଠ ପଢିବା ସହିତ ସୁସ୍ଥ ସମାଜ ଗଠନରେ ସହାୟକ ହେବାପାଇଁ ଆହ୍ବାନ ଦିଆଯାଇଥିଲା | ଏହା ବ୍ୟତୀତ
ଉଭୟ ୨୦୨୨ ଓ ୨୦୨୩ ମସିହାର A1 ଗ୍ରେଡ଼ ପାଇଥିବା ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା |
ସୂଚନା ଯୋଗ୍ୟ 1984 ମ୍ୟାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲରେ ସର୍ବାଧିକ ନମ୍ବର ରଖିଥିବା ସ୍ବର୍ଗତଃ ସୁନୀଲ ମିଶ୍ରଙ୍କ ସ୍ମୃତୀ ଉଦ୍ଦେଶ୍ୟରେ ଏହି ଫାଉଣ୍ଡେସନ ଗଠନ କରାଯାଇଅଛି |2013 ମସିହାରୁ ଏହି ଫାଉଣ୍ଡେସନ ସ୍କୁଲର ମେଧାବୀ ଛାତ୍ର, ଛାତ୍ରୀଙ୍କୁ
ପ୍ରୋତ୍ସାହିତ କରିବା ସଂଗେ ସଂଗେ ସ୍କୁଲର ଆନୁସଙ୍ଗିକ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି |
ସଭାପତି ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ ତାଙ୍କ ସ୍ବାଗତ ଭାଷଣରେ ଏହି ସ୍କୁଲ ର ପୂର୍ବତନ ଛାତ୍ର ପଞ୍ଚସଖାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ ଓ ସୁନୀଲ ମିଶ୍ର ଫାଉଣ୍ଡେସନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଛାତ୍ର ମାନେ
ଭବିଷ୍ୟତରେ ନିଜକୁ ଜଣେ ଗୁଣି ମଣିଷ ଭାବେ ତିଆରି କରିବା ପାଇଁ ଆହ୍ବାନ ଦେଇଥିଲେ |
ଏହି ଉତ୍ସବରେ ଫାଉଣ୍ଡେସନ ତରଫରୁ ଶ୍ରୀ ସମରେନ୍ଦ୍ର ମିଶ୍ର ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଲକ୍ଷ ବିଷୟରେ ଆଲୋକପାତ କରିଥିଲେ |
ଏହି ସମାରୋହରେ ଫାଉଣ୍ଡେସନ ତରଫରୁ ସଭ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଶ୍ରୀ ଆଶିଷ ଚକ୍ରବର୍ତୀ, ଶ୍ରୀ ଅମୀୟ ମହାପାତ୍ର, ଶ୍ରୀ ଘନଶ୍ୟାମ ସେଠି, ନିରୁପମା ପଣ୍ଡା, ଭାରତୀ ସାହୁ, ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ଶ୍ରୀ ସିମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ
କରିଥିଲେ |
ସମ୍ପାଦକ ରବି ନାରାୟଣ ସାହୁ ସ୍କୁଲର ଶିକ୍ଷକ, କର୍ମଚାରୀ, ଛାତ୍ର, ସାମ୍ବାଦିକ ବନ୍ଧୁ ଓ ଫାଉଣ୍ଡେସନ ର ସଭ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |