କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀ ରାଧାରମଣ ଫାଉଣ୍ଡେସନ, ପୁରୀ ଆନୁକୂଲ୍ୟରେ ଫାଉଣ୍ଡେସନର ବରିଷ୍ଠ ସଦସ୍ୟା ମମତା ଦାସଙ୍କ ପ୍ରଥମ ପୁଣ୍ୟତିଥି ଅବସରରେ ମଧୁବନ ଟାଇଟେନିକ ହାଉସ ଠାରେ ମହିମାମୟ ଶ୍ରୀ ଜଗନ୍ନାଥ ଶୀର୍ଷକ ଦିବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଫାଉଣ୍ଡେସନର ସଭାପତି ତଥା ଟାଟା ମେନ ହସ୍ପିଟାଲ ଯାମସେଦପୁରର ଚିକିତ୍ସକ ଡାକ୍ତର ଜଗନ୍ନାଥ ଆଚାର୍ଯ୍ୟ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ l ଆଲୋଚନା ଚକ୍ରରେ ଉଦଘାଟକ ଭାବେ ପୁରୀ ରାମକୃଷ୍ଣ ମଠର ସଭାପତି ସ୍ୱାମୀ ସୋମ ଦେବା ନନ୍ଦଜି ମହାରାଜ ଯୋଗ ଦେଇ କହିଲେ ଶ୍ରୀଜଗନ୍ନାଥଙ୍କ ଲୀଳା ଅପାର, ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ମହାପ୍ରଭୁଙ୍କ ଅପାର ମହିମାର ଭାବନା ଭକ୍ତଙ୍କ ନିକଟରେ ପ୍ରକଟିତ ହୋଇଥାଏ l ମୁଖ୍ୟ ଅତିଥିଭାବେ କଳ୍ପତରୁ ସଚିନନ୍ଦନ ଟ୍ରଷ୍ଟ ଓଡିଶାର ସମ୍ପାଦକ ଭକ୍ତି ଚୈତନ୍ୟ ଦାସ ମହାରାଜ ଯୋଗଦେଇ କହିଲେ ଶ୍ରୀ ଜଗନ୍ନାଥ ହେଉଛନ୍ତି ସକଳ ଶକ୍ତିର ଆଧାର ଓ ଦିବ୍ୟ ଚେତନାର ପ୍ରତୀକ l ଯଦି ଜଣେ ଭକ୍ତ ଭକ୍ତି ଓ ସମର୍ପଣ ଭାବରେ ତାଙ୍କ ନିକଟରେ ନିଜକୁ ସମର୍ପଣ କରେ ସେଠି ପ୍ରଭୁ ତାହା ସମର୍ପଣ ଭାବକୁ ଗ୍ରହଣ କରିନିଅନ୍ତି l କୁହାଯାଇଛି “ମାନବ ସେବା ହିଁ ମାଧବଙ୍କ ସେବା” l ଭଗବାନ ଯୁଗେ ଯୁଗେ ଭକ୍ତର ଅଧୀନ l ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ଡକ୍ଟର ହରିହର ହୋତା ଯୋଗ ଦେଇ କହିଲେ ମହାପ୍ରଭୁଙ୍କ ଅପାର କରୁଣାରୁ ମଣିଷ ଜୀବନର ପ୍ରତିଟି ମୁହୂର୍ତ୍ତ ତାଙ୍କ ନିକଟରେ ଉର୍ତ୍ସଗ କଲେ ଜୀବନର ବାଧା ବିଘ୍ନ ସବୁ ଦୂର ହେବା ସହ ପ୍ରଭୁଙ୍କର ଅପାର କରୁଣା ପ୍ରାପ୍ତ ହୋଇଥାଏ l ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ପ୍ରଦୀପ୍ତ ମିଶ୍ର, ଆୟୁର୍ବେଦ ଶିରୋମଣି ଡକ୍ଟର ଏ ନାରାୟଣ ଆଚାରୀ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବରିଷ୍ଠ ପ୍ରଶାସକ ବିନୋଦ କୁମାର ପଣ୍ଡା, ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ ଓ ଫାଉଣ୍ଡେସନର ବରିଷ୍ଠ ସଦସ୍ୟା ପ୍ରମୋଦ କୁମାର ଦାସ ପ୍ରମୁଖ ମଂଚାସୀନ ଥିଲେ l ପ୍ରାରମ୍ଭରେ ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ ଗୁରୁଚରଣ ଦାସ ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ରାହୁଲ ରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଆଲୋଚନା ଚକ୍ରରେ ଇଂ ଦିଲ୍ଲୀପ କୁମାର ପଟ୍ଟନାୟକ, ରେଡକ୍ରାପର ନିର୍ଦେଶକ ଲଳିତେନ୍ଦୁ ଦାସ, ସୂର୍ଯ୍ୟ ନାରାୟଣ ରଥ, ନୀଳମଣି ଗୁରୁ ଓ ପଣ୍ଡିତ ସଦାଶିବ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଆଲୋଚନା ଚକ୍ରର ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ ହେବା ସହିତ ୟୁଅନ ଫାଉଣ୍ଡେସନର ଅଧ୍ୟକ୍ଷ ଏ ଜଗନ୍ନାଥ ଆଚାରୀ, ପ୍ରଦ୍ୟୁମ୍ନ ମଲ୍ଲିକ, ମନୋରଞ୍ଜନ ଦାସ, ବରିଷ୍ଠ ଶିକ୍ଷୟତ୍ରୀ ଶାନ୍ତିଲତା ମହାନ୍ତି, ଲଳିତେନ୍ଦୁ ଦାସ, ପ୍ରଶାନ୍ତ କୁମାର ପଟ୍ଟନାୟକ, ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟ, ଫଟୋ ସାମ୍ବାଦିକ ଯଜ୍ଞଶ୍ୱର ମହାନ୍ତି, ସମାଜସେବୀ ଦେବୀ ପ୍ରସାଦ ଦାସ ଓ ଶ୍ରୀମତୀ ରେବତୀ ରାଉତଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ପରିଶେଷରେ ସ୍ତମ୍ଭକାର ହରିଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 23, 2024