
-
ଶୁଭାଶିଷ ଓ ଲକ୍ଷ୍ମୀ ଜିଲ୍ଲା ସହ-ସଂଯୋଜକ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀର ସାଂଗଠନିକ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି। ଗତ ୩-୬ ତାରିଖ ମଧ୍ୟରେ ବାଲେଶ୍ଵରରେ ଅନୁଷ୍ଠିତ ହୋଇଥିବା ଏବିଭିପିର ପ୍ରଦେଶ ଅଭ୍ୟାସ ବର୍ଗର ଶେଷ ଦିନରେ ଏନେଇ ଘୋଷଣା କରାଯାଇଛି। ପୂର୍ବରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ବିସ୍ମୟ ରଞ୍ଜନ ପଟ୍ଟନାୟକ ଏବେ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ଵ ନିର୍ବାହନ କରିବେ। ବିସ୍ମୟ ଜଣେ ଦକ୍ଷ ଛାତ୍ରନେତା ଭାବେ ଅନେକ ଛାତ୍ର ଆନ୍ଦୋଳନର ସଫଳ ନେତୃତ୍ୱ ନେଇଛନ୍ତି। ସେହିପରି ବର୍ତ୍ତମାନ ପୁରୀର ନଗର ସମ୍ପାଦକ ଥିବା ଶୁଭାଶିଷ ଷଡ଼ଙ୍ଗୀଙ୍କୁ ଜିଲ୍ଲା ସହ- ସଂଯୋଜକ ଦାୟିତ୍ଵ ଦେଇଛି ଏବିଭିପି। ଶୁଭାଶିଷ ଏବେ ସୁରଜମଲ ସାହା ମହାବିଦ୍ୟାଳୟ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର। କ୍ଯାମ୍ପସରେ ଅନ୍ତରାଷ୍ଟ୍ରୀୟ ଶକ୍ତି ମାନଙ୍କ ବିରୁଦ୍ଧରେ ରାଷ୍ଟ୍ରବାଦର ପ୍ରତିଷ୍ଠା ପାଇଁ ତାଙ୍କୁ ଉଦ୍ୟମ ପ୍ରଶଂସନୀୟ। ଆଉଜଣେ ପୁରୀ ଜିଲ୍ଲା ସହ- ସଂଯୋଜକ ଭାବେ ଲକ୍ଷ୍ମୀପ୍ରିୟା ପାତ୍ର ଦାୟିତ୍ଵ ତୁଲାଇବେ। ଲକ୍ଷ୍ମୀ ଏବେ ଅସ୍ତରଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ। ଜିଲ୍ଲାରେ ଛାତ୍ରୀ ମାନଙ୍କ ମଧ୍ୟରେ ଏବିଭିପିର କାମ ପହଞ୍ଚିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ନୂତନ ଦାୟିତ୍ଵ ପାଇବା ପରେ ବିଭାଗ ସଂଯୋଜକ ତାରା ପ୍ରସାଦ ଦାଶ, ଜିଜ୍ଞସାର ରାଜ୍ୟ ସଂଯୋଜକ ଡ. ଲିଟୁନ ଦାସ, ବିଭାଗ ଛାତ୍ରୀ ପ୍ରମୁଖ ସୁମିତ୍ରା ଜେନା, ନଗର ସହ- ସମ୍ପାଦକ ସୁରେଶ ହାତୀ, ପ୍ରିତମ ପ୍ରିୟୁସ ନାଥ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
Posted by: Desk, Indo Kaling Times