କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପ୍ରଶାସନ ଅବହେଳା କାରଣରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ କୁଡ଼ କୁଡ଼ ଅଳିଆ ପଡ଼ିରହିଛି |ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ରାଜ୍ୟ, ଦେଶ ତଥା ବିଦେଶ ରୁ ଅନେକ ଭକ୍ତ ପୁରୀକୁ ଆସିଥାନ୍ତି |ସେମାନଙ୍କ ମଧ୍ୟରୁ କେବଳ ହିନ୍ଦୁ ଶ୍ରୀମନ୍ଦିର ଭିତରକୁ ଯାଉ ମହାପ୍ରଭୁ ଙ୍କ ଦର୍ଶନ ପାଇ ଆଶୀର୍ବାଦ ପ୍ରାପ୍ତି କରିଥାନ୍ତି |କିନ୍ତୁ ବିଦେଶୀ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ହୋଇ ଶ୍ରୀମନ୍ଦିର ବାହାର ଚତୁର୍ପାଶ୍ୱ ପରିକ୍ରମା କରିବା ସହିତ ବାହାରେ ଥିବା ଦେବା ଦେବୀଙ୍କ ଆଶ୍ରିବାଦ ଲାଭ କରି କୃତାର୍ଥ ହୋଇଥାନ୍ତି |ବିଡମ୍ବନାର ବିଷୟ ପରିକ୍ରମା ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଶ୍ରୀମନ୍ଦିରକୁ ଲାଗି କୁଡ଼ କୁଡ଼ ଅଳିଆ ଗଦେଇ ରଖିବା ଅନୁଚିତ |ଯଦି ମହାପ୍ରସାଦ ସେବନ ପରେ କୁଡୁଆ, କଦଳୀ ପତ୍ର ଭଳି ଅନେକ ବର୍ଜ୍ୟ ଜିନିଷ ବାହାରୁଛି ତାହା ପାଇଁ ଟିଣ ଚାଦର କିମ୍ବା ଫାଇଭର ଦ୍ୱାରା ଅଳିଆ ଚତୁର୍ପାଶ୍ୱ ଢାଙ୍କି ହୋଇ ରହିଲେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେବ ନାହିଁ ଏବଂ ବାହାରୁ ଦର୍ଶନ କରୁଥିବା ଏବଂ ମନ୍ଦିର ଭିତରୁ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁ ଅଳିଆ କୁ ନେଇ ତିକ୍ତ ମନୋଭାବ ନେଇ ଫେରିବେ ନାହିଁ |ଯଥା ସମ୍ଭବ ଶ୍ରୀମନ୍ଦିର ନିକଟରେ ଅଳିଆ ପାହାଡ଼ ହେବା ପୂର୍ବରୁ ପୁରୀ ପୌରପାଳିକା ବାରମ୍ବାର ଖାଲି କରିଦେଲେ ଶ୍ରୀମନ୍ଦିର ର ସୌନ୍ଦର୍ଯ୍ୟ ବଢ଼ିଯିବ ବୋଲି ଆଶା କରାଯାଉଛି |ଶ୍ରୀମନ୍ଦିର କୁ ଲାଗି ଏଭଳି ଅଳିଆ ପାହାଡ଼ କୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି |ଆଗରୁ ଏଭଳି ଦିନ ତମାମ ଅଳିଆ ପଡିରହିବାକୁ ନେଇ ଖବର କାଗଜରେ ପ୍ରକାଶ ହୋଇଥିଲା କିନ୍ତୁ ଏହାର କୌଣସି ସୁଫଳ ଆଜିପଯ୍ୟନ୍ତ ମିଳିପାରିଲା ନାହିଁ |
Posted by: Desk, Indo Kaling Times
Related Stories
November 22, 2024