ସୁବର୍ଣ୍ଣପୁର, ଗତକାଲି ସୁବର୍ଣ୍ଣପୁର ବନଖଣ୍ଡ ଓ ସୋନପୁର ବନାଞ୍ଚଳ ପକ୍ଷରୁ ଆୟୋଜିତ ୭୪ ତମ ଜ଼ିଲ୍ଲା ସ୍ତରୀୟ ବନ ମହୋତ୍ସବ ସ୍ଥାନୀୟ ଛଞ୍ଚାଣ ଡୁଙ୍ଗୁରି ଠାରେ ଉଦଯାପିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡିଶା ସରକାର ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ ବର୍ଷ ଦଶ ଲକ୍ଷ ଚାରା ରୋପଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଓ ଜ଼ିଲ୍ଲାର ବୃକ୍ଷ ପ୍ରେମୀ ମାନଙ୍କୁ ପ୍ରୋତ୍ସାହନ କରାଯିବ ବୋଲି ମତ ରଖିଥିଲେ। ଏସପି ଅମରେଶ ପଣ୍ଡା, ଜ଼ିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର, ଡି ଏଫ ଓ ମଦନ ଲାଲ ଶର୍ମା, ଏସିଏଫ ପ୍ରଫୁଲ୍ଲ ଧରୁଆ ଯୋଗଦେଇ ଗୋଟାଏ ଗଛ ଚାରି ଜଣ ମଣିଷକୁ ଅମ୍ଳଜାନ ଯୋଗାଇ ଥାଏ ତେଣୁ ଏବେ ଆମେ ସବୁଠି ବ୍ୟାପକ ଭାବେ ବୃକ୍ଷ ରୋପଣ ଓ ଏହାର ଯତ୍ନ ନ କଲେ ଆଗାମୀ ଦିନରେ ବଂଚିବା କଷ୍ଟ ହୋଇଯିବ ବୋଲି ଏକ ପରିବେଶ ସଚେତନତା ସଭାରେ ସମସ୍ତଙ୍କୁ ସଚେତନ କରିଥିଲେ। ଧରା ପୃଷ୍ଠକୁ ସୁନ୍ଦର, ସବୁଜ କରିବା ପାଇଁ ବୃକ୍ଷ ଉପହାର କରନ୍ତୁ ଓ ବନ୍ୟ ପ୍ରତି ଜାଗ୍ରତ ଓ ସଂରକ୍ଷଣ କରିବା ସହିତ ପରିବେଶ ନଷ୍ଟ କରୁଥିବା ଲୋକଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମସ୍ତ ଅତିଥି କହିଥିଲେ। ପରେ ପରେ ସମସ୍ତ ଅତିଥିଙ୍କ ଦ୍ଵାରା ମେଗା ପ୍ଳାନଟେସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ଏସିଏଫ ଅବିନାଶ ବରିହା, ରେଞ୍ଜର ଡ଼ମ୍ବରୁ ଧର ପଧାନ, ଭରତ ବନ୍ଧୁ ଶବର, ବନପାଳ ଭକ୍ତବନ୍ଧୁ ମିଶ୍ର, ଫରେଷ୍ଟର ଦୀନେଶ ମାଝୀ, ସୁଜ୍ଞାନୀ ମିଶ୍ର, ସମୀରେନ୍ଦ୍ର ପଧାନ, ପ୍ରକାଶ ସାହୁ ପ୍ରମୁଖ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।
Posted by: Desk, Indo Kaling Times