-
ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ସୁଦୃଢ କରିବା ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ,ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଗାମୀ ଦଶ ଜୁଲାଇରେ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବେ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ମଜବୁତ କରିବା ଏହି ସରକାରୀ ଗସ୍ତର ଉଦ୍ଦେଶ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହା ଯାଇଛି ।
ରାଜନାଥ ସିଂହ ସେଠାରେ ମାଲେସିଆର ପ୍ରତିରକ୍ଷା ମନ୍ତ୍ରୀ ଦାତୋ ସେରି ମୋହମ୍ମଦ ହସନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତା କରିବେ। ଏହି କଥାବାର୍ତାରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସାମରିକ ସହଯୋଗକୁ ଦୃଢ କରାଯିବା ଉପରେ ଆଲୋଚନା ହେବ ।