-
ତେଲୁଗୁ ଲୋକ ମାନେ ସବୁବେଳେ ଭାରତର ସାମର୍ଥ୍ୟକୁ ବଢାଇଛନ୍ତି – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ ୱାରାଙ୍ଗଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତେଲେଙ୍ଗାନାରେ ପାଖାପାଖି 61 ଶହ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି । ୱାରାଙ୍ଗଲ ଠାରେ ଏହି ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତେଲେଙ୍ଗାନା ରାଜ୍ୟକୁ ଗଠନ ହେବାର 9 ବର୍ଷ ହୋଇଛି । ତେଲେଙ୍ଗାନା ନୂଆ ରାଜ୍ୟ ହୋଇଥିଲେ ସୁଦ୍ଧା ଏଠାକାର ଲୋକ ମାନଙ୍କର ଦେଶର ଇତିହାସରେ ଖୁବ ବଡ ଯୋଗଦାନ ରହିଛି । ଆଜି ଭାରତ ସାରା ବିଶ୍ୱରେ ପଂଚମ ସବୁଠାରୁ ବଡ ଅର୍ଥନୀତି ହୋଇ ପାରିଛି । ଏଥିରେ ତେଲେଙ୍ଗାନାର ଲୋକ ମାନଙ୍କର ଖୁବ ବଡ ଭୂମିକା ରହିଛି । ତେଲୁଗୁ ଲୋକ ମାନେ ସବୁବେଳେ ଭାରତର ସାମର୍ଥ୍ୟକୁ ବଢାଇଛନ୍ତି ।