– ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମକୁ ସଶକ୍ତ କରିବା ଉପରେ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ୫ “ଟି’ ଯୋଜନାର ସଫଳ ରୂପାୟନ ପାଇଁ ମଧୁସୂଦନ ଦାସ ଆଂଚଳିକ ବିତୀୟ ପରି·ଳନା ଏକାଡେମୀର ୱେବ୍ସାଇଟ୍କୁ ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଶିକ୍ଷଣରତ ଅଫିସରମାନଙ୍କର ଭୌତିକ ତଥା ଶାରୀରିକ ବିକାଶ ନିମନ୍ତେ ଏକ ନୂତନ ଜିମ୍ ଓ ବ୍ୟାଡ୍ମିଂଟନ୍ କୋର୍ଟର ଉଦ୍ଘାଟନ କରିଥିଲେ ।ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କର ସଂପୂର୍ଣ୍ଣ ବିକାଶ ପାଇଁ ଖେଳ ଓ ବ୍ୟାୟାମର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ପରେ ପରେ ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମକୁ ସଶକ୍ତ କରିବା ପରିପ୍ରେକ୍ଷୀରେ ଏକ କର୍ମଶାଳା ଅନୁÂିତ ହୋଇଥିଲା । ଏହି କର୍ମଶାଳାରେ ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ଅଂଶଗ୍ରହଣ କରି ଅର୍ଥ ଏବଂ ବ୍ୟାଙ୍କିଂ ସେବା ତଥା ଡିଜିଟାଲ୍ ପେମେଂଟ ସଂପର୍କରେ ପ୍ରଶିକ୍ଷଣ ନେଇଥିଲେ ।
ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକୁ ଦାୟିତ୍ୱର ସହ ତୁଲାଇବାରେ ବିଭିନ୍ନ ଜିଲ୍ଲାରୁ ଆସିଥିବାଏହି ଅଧିକାରୀମାନଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଲିଡ୍ ବ୍ୟାଙ୍କ ମ୍ୟାନେଜର,
ସ୍ଥାନୀୟ ବ୍ୟାଙ୍କ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ବ୍ଲକ୍ସ୍ତରରେ ଆର୍ଥିକ ସାକ୍ଷରତା ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଏହି ସଚେତନତା ଅଭିଯାନ ଦ୍ୱାରା ଜନସାଧାରଣ ତାଙ୍କର କଷ୍ଟ ଅର୍ଜିତ ଧନକୁ ଉପଯୁକ୍ତ ବ୍ୟାଙ୍କିଂ ଅନୁÂାନରେ ସୁରକ୍ଷିତ ରଖିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ।
ରାଜ୍ୟ ସରକାରଙ୍କ ୫ “ଟି’ କାର୍ଯ୍ୟକ୍ରମକୁ ଠିକ୍ ଭାବରେ ଅନୁସରଣ କରି ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର କାର୍ଯ୍ୟକରିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଆର୍ବିଆଇ, ଭୁବନେଶ୍ୱର, ନାବାର୍ଡ, ଓଡ଼ିଶା ଏବଂ ଏସ୍ଏଲ୍ବିସି, ଓଡ଼ିଶା ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକୁ ଠିକ୍ ଭାବେ ଯାଂଚ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ସର୍ବୋପରି ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ଏବଂ ସମସ୍ତ ବ୍ୟାଙ୍କିଂ ଅନୁÂାନ ରାଜ୍ୟର ଆର୍ଥିକ ଅଗ୍ରଗତି ପାଇଁ କାର୍ଯ୍ୟ କରିବା ସହ ଦୁର୍ଗମ ଅଂଚଳର ଆର୍ଥିକ ଅନୁନ୍ନତ ବର୍ଗଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରଦୀପ କୁମାର ବିଶ୍ୱାଳ, ଟ୍ରେଜେରୀ ନିଦେ୍ର୍ଧଶକ ଶ୍ରୀ ଭବାନୀ ପ୍ରସାଦ ନନ୍ଦ, ସ୍ୱଳ୍ପ ସଂଚୟ ନିଦେ୍ର୍ଧଶକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ, ମଧୁସୂଦନ ଦାସ ଆଂଚଳିକ ବିତୀୟ ପରି·ଳନାର ନିଦେ୍ର୍ଧଶକ ଶ୍ରୀ ପ୍ରତାପ ଚନ୍ଦ୍ର ବେହେରାଙ୍କ ସମେତ ପ୍ରମୁଖ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଏବଂ ପ୍ରତିନିଧି ଉପସ୍ଥିତ ଥିଲେ ।