ଭୁବନେଶ୍ୱର,କ୍ୟୁଆର କୋଡ୍ ଚଂଚକତା କରି ୧୪ କୋଟି ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧିକ ଶାଖା ବା ଇଓଡବ୍ଲୁ । ଏହି ଠକେଇ ମାମଲାରେ ଇଓଡବ୍ଲୁ ନୋଏଡ଼ାରୁ କରନ ସିଂଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ପରେ କରନକୁ ୩ ଦିନିଆ ରିମାଣ୍ଡରେ ଆଣିଛି ଇଓଡବୁ୍ଲ । ଭୁବନେଶ୍ୱରର ଏକ କଂପାନୀ ଏପ୍ରିଲରେ ଠକେଇ ଅଭିଯୋଗ କରିଥିଲା ।ସେହି ଆଧାରରେ କରନକୁ ଗିରଫ କରାଯାଇଛି ।
Posted by: Desk, Indo Kaling Times