
ଭୁବନେଶ୍ୱର, ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ରୂପେ ଡକ୍ଟର ପବିତ୍ର କୁମାର ରଥ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡକ୍ଟର ରଥ ଶିକ୍ଷାନୁଷ୍ଠାନର ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ଶୁଭେଚ୍ଛା ଜଣାଇଥିଲେ।
Posted by: Desk, Indo Kaling Times