ଚମ୍ପୁଆ, ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ବାଙ୍କିଆ ଗ୍ରାମ ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ସପ୍ତାହ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳ ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଅତିଥି, ବକ୍ତା ଭାବେ ଏସିଏଫ ଅକ୍ଷୟ ଛତ୍ରୀୟା, ରଙ୍ଗାମାଟିଆ ସରପଞ୍ଚ ଶ୍ରୀମତୀ ମାଧୁରୀ ନାଏକ, ଚମ୍ପୁଆ ଫରେଷ୍ଟର କାଳନ୍ଦୀ ସାମଲ, ଉଖୁଣ୍ଡା ଫରେଷ୍ଟର ପ୍ରମୋଦ ବେହେରା, ବନରକ୍ଷୀ ଜ୍ୟୋତି ରୂପା ପାଣି ପ୍ରମୁଖ ଯୋଗ ଦେଇଥିଲେ। ଅତିଥି, ବକ୍ତା ମାନେ ବନ ମହୋତ୍ସବର ତାତ୍ପର୍ଯ୍ୟ, ମାହାତ୍ମ୍ୟ ବର୍ଣ୍ଣନା କରି ଜୀବନ ଚକ୍ରରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବୃକ୍ଷର ଆବଶ୍ୟକତା ପଡ଼ୁଥିବାରୁ ପରିବାରର ସମସ୍ତ ସଦସ୍ୟ ଗଛଟିଏ ଲଗାଇ ତାର ଯତ୍ନ କରିବାକୁ ଦିଗଦର୍ଶନ ଦେଇଥିଲେ। ଜୁଲାଇ ମାସର ପ୍ରଥମ ସପ୍ତାହଟି ବନ ମହୋତ୍ସବ ପାଳନ କରାଯାଉଥିଲେ ମଧ୍ୟ ଜୁଲାଇ ମାସଟି ଗଛ ଲଗାଇବା ପାଇଁ ସର୍ବୋକୃଷ୍ଟ ଗୁରୁତ୍ଵପୂର୍ଣ୍ଣ ସମୟ। ଜୁଲାଇ ମାସଟିର ସଦୁପଯୋଗ କରି ସମସ୍ତେ ଗଛ ଲଗାଇବାକୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମକୁ ଶିକ୍ଷକ ଅକ୍ଷୟ କୁମାର ଜେନା ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ଓ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର ଚାରା ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ବେହେରା, ମିନତୀ ମହାନ୍ତ, ଶିକ୍ଷକ ଜୀବନ କୁମାର ସେଠୀ, ଅଜିତ କୁମାର ନାଏକ, ଦୀପ୍ତି ରଞ୍ଜନ ବେହେରା ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
Posted by: Desk, Indo Kaling Times