
ଭୁବନେଶ୍ୱର, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ଆହ୍ୱାନରେ ଆଜି ତା ୪.୭.୨୦୨୩ରିଖ ଅପରାହ୍ନ ୨ ଘଟିକା ସମୟରେ ରାଜ୍ୟ ସରକାରୀ ସମନ୍ୱୟ ସମିତି ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ କାର୍ଯ୍ୟାଳୟ ସମ୍ପାଦକ କାହ୍ନୁଚରଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଦିଆଯାଇଅଛି । କର୍ମଚାରୀମାନଙ୍କର ଦୀର୍ଘଦିନର ଦାବି ଯଥା ନୂଆ ପେନ୍ସନ୍, ପି.ଏଫ୍.ଆର.ଡି.ଏ ଆଇନ୍ ବାତିଲ୍ କରିବା, ସମସ୍ତ ପ୍ରକାର ଠିକା କର୍ମଚାରୀଙ୍କୁ ରେଗୁଲାର କରିବା, ଖାଲିଥିବା ପଦବୀ ପୂରଣ କରିବା, ଘରୋଇକରଣ ଓ କର୍ପୋରେଟାଇଜେସନ୍ ବନ୍ଦ କରିବା, ସମ୍ପୂର୍ଣ୍ଣ ଭାବେ ନୂଆ ଶିକ୍ଷା କାର୍ଯ୍ୟକ୍ରମକୁ ବାତିଲ୍ କରିବା, ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ବସାଇବା, ୧୮ ମାସର ପୁରୁଣା ମହଙ୍ଗା ଭତା ତୁରନ୍ତ ଦେବା, ମୃତ କର୍ମଚାରୀଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବା, ବର୍ଦ୍ଧିତ ହାରରେ ଘରଭଡ଼ା ଭତା ଦେବା ଆଦି ଦାବିକୁ ସମର୍ଥନ କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ସଭାପତି ପ୍ରଶାନ୍ତ ମହାନ୍ତି, ଅଶ୍ଳିଳ ବ୍ରହ୍ମ, ମନୋଜ ମଲ୍ଲିକ, ବିଷ୍ଣୁପଦ ସେଠୀ, ମିନାକ୍ଷୀ ମହାନ୍ତି, ଅଶୋକ ମୁଦୁଲି ଓ କ୍ଷେତ୍ର ମୋହନ ଦାସ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟାଳୟ ସମ୍ପାଦକ କାହ୍ନୁଚରଣ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭାସାଙ୍ଗ ହୋଇଥିଲା ।
Posted by: Desk, Indo Kaling Times