ମାଲାକାନାଗିରି, ମାଲକାନଗିରି ଜିଲ୍ଲା ସଦର ଚମ୍ପା ନଗର, ମୁଣ୍ଡା ଗୁଡା, ପ୍ରଦାନୀ ଗୁଡା, ଚାଲାଣ ଡେପ, ମାଦଳା ଗୁଡା, ତଳସାହି, ଦୁର୍ଗା ଗୁଡ଼ି ସାହି, ଜୟପୁରିଆ ଗୁଡା, ଚମ୍ପା କାରି,ତଣ୍ଡିକି ଓ କୋରକୁଣ୍ଡା ଗ୍ରାମର ଲୋକଙ୍କୁ ନେଇ ମାଲକାନଗିରି ଜିଲ୍ଲା ରଣା ସମାଜ ଗଠନ କରାଯାଇଛି । ରଣା ସମାଜ ର ସବୁଠୁ ବଡ଼ ପୂଜା ହେଉଛି ବଡ଼ ଯାତ୍ରା , ବାଲି ଯାତ୍ରା, ଚଇତି ପର୍ବ ଏହି ସବୁ ପର୍ବ କୁ କିପରି ନିଆରା ଭାବେ ପାଳନ କରାଯିବ ସେଥିପାଇଁ କୌଣସି ଗୋଷ୍ଠୀ ସମ୍ପ୍ରଦାୟ କେନ୍ଦ୍ର ନ ଥିବାରୁ ଆଜି ପର୍ଯ୍ୟନ୍ତ ମା ମାଉଳି ମନ୍ଦିର ରେ ହିଁ ସଭା ଆୟୋଜିତ କରାଯାଉଛି । ଆଜି ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ମାଲକାନଗିରି ଗସ୍ତ ସମୟରେ ରଣା ସମାଜ ସଦସ୍ୟ ଲକ୍ଷ୍ମୀକାନ୍ତ ପୂଜାରୀ, ଜଗନ୍ନାଥ ମାଝୀ, ଭାସ୍କର ମାଝୀ, ଗେନା ଦାନ୍ତାକଲା, ପିତବାସ, ଗୁଡ଼ୁ ରାଜୁ ସାକ୍ଷାତ କରି, ରଣା ସମାଜ ର କୌଣସି ଗୋଷ୍ଠୀ ସମ୍ପ୍ରଦାୟ କେନ୍ଦ୍ର ନ ଥିବା ବିଷୟରେ ଅବଗତ କରାଇବା ସହ ତାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ !
Posted by: Desk, Indo Kaling Times