-
ଷଷ୍ଠ ଶ୍ରେଣୀରୁ ଇଣ୍ଡିଆ ରେକର୍ଡ,
-
୧୫.୧୦ ମିଲି ସେକେଣ୍ଡ୍ରେ ଓଡ଼ିଶୀ ନୃତ୍ୟର ୫୧ଟି ହସ୍ତମୁଦ୍ରାକୁ ପ୍ରଦର୍ଶନ କରି ରେକର୍ଡ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତର ସମସ୍ତ ଆଠ ଟି ଶାସ୍ତ୍ରୀୟ ନୃତ୍ୟ ଏବଂ ଓଡିଶୀ ର ବିଭିନ୍ନ ଅଙ୍ଗଭଙ୍ଗୀ କୁ ବହୁତ ସରଳତା ଭାବରେ ବୁଝେଇବା ସହ ମାତ୍ର ୧୫.୧୦ ମିଲି ସେକେଣ୍ଡ୍ରେ ଓଡ଼ିଶୀ ନୃତ୍ୟର ୫୧ଟି ଜଟିଳ ହସ୍ତମୁଦ୍ରାକୁ ସହଜ, ସରଳ ଭାବେ ପ୍ରଦର୍ଶନ କରିପାରୁଛନ୍ତି ଷଷ୍ଠ ଶ୍ରେଣୀ ଛାତ୍ରୀ ଶୂନ୍ୟାସକ୍ତା ସାହୁ । ଆଉ ଏଥିପାଇଁ ସେ ‘ଇଣ୍ଡିଆ ବୁକ୍ ଅଫ୍ ରେକେର୍ଡ’ରେ ସ୍ଥାନ ପାଇ ପୁରୀ ତଥା ରାଜ୍ୟ ପାଇଁ ଗର୍ବ ଅର୍ଜନ କରିଛନ୍ତି।
ପୂର୍ବରୁ ଏହି ରେକର୍ଡ ୨୨ ସେକେଣ୍ଡର ଥିବାବେଳେ ଶୂନ୍ୟାସକ୍ତା ଏହି ରେକର୍ଡ କୁ ଭାଙ୍ଗି ନୂତନ କୃତୀମାନ ସ୍ଥାପନ କରିଛନ୍ତି।
ଅର୍ଜୁନ ସାହୁ ଓ ପୁଷ୍ପିତା ସାହୁ ଙ୍କ ଝିଅ ଶୂନ୍ୟାସକ୍ତା ଏବେ ବ୍ରହ୍ମପୁର ଦିଲ୍ଲୀ ପବ୍ଲିକ ସ୍କୁଲ ରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି।
ଶିକ୍ଷା ସମେତ ଓଡ଼ିଶୀ ନୃତ୍ୟ, କାସିଓ, ପେଣ୍ଟିଂ, ବକ୍ତୃତା ଏବଂ ସତରଂଜ ଓ କୁଇଜ୍ ଆଦିରେ ତାଙ୍କର ଅସାଧାରଣ ଦକ୍ଷତା ଓ ପ୍ରତିଭା ରହିଛି। ଓଡ଼ିଶୀ ନୃତ୍ୟର ବ୍ୟାକରଣକୁ ବୁଝିବା ସହିତ ସମସ୍ତ ହସ୍ତମୁଦ୍ରାକୁ ନିଖୁଣ ଭାବେ ପ୍ରଦର୍ଶନ କରିପାରୁଛନ୍ତି। ଏଭଳି ବିରଳ ପ୍ରତିଭା ପାଇଁ ସେ ନିଜ ପରିବାର ସହ ବିଦ୍ୟାଳୟ ଓ ପୁରୀ ପାଇଁ ଗୌରବ ଆଣିପାରିଛନ୍ତି।