
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରଥଯାତ୍ରାର ଗହଳି ଇତି ମଧ୍ୟରେ ଶେଷ ହୋଇଛି ।କିନ୍ତୁ ସହରର ଗଳି କନ୍ଦିରେ ଅନେକ ଭିକାରୀ ଓ ମାନସିକ ବିକାର ଗ୍ରସ୍ତ ଲୋକ ଘୁରି ବୁଲୁଛନ୍ତି ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ଥଇଥାନ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି।ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।ସୋମବାର ଦିନ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଥି ନିମନ୍ତେ ଏକ ସୋତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଦୁଇ ଦିନିଆ ସ୍ୱତନ୍ତ୍ର ଅଭିଜାନ ଗୁରୁବାର ସକାଳ ୮ଟା ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହେବ।ପ୍ରତ୍ୟେକ ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଡ୍ରାଇଭ୍ ଚାଲୁ ରହିବ ।ଏହା ସହିତ ବିଭିନ୍ନ ଗଳି କନ୍ଦୀରେ ବୁଲୁଥିବା ଭିକାରୀ ଓ ମାନସିକ ବିକାର ଗ୍ରସ୍ତ ଲୋକଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଜନ ସାଧାରଣ 9124654072 କିମ୍ବା 9348506007 କୁ ଯୋଗା ଯୋଗ କରି ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ ଓ ଲୋକେସନ ହ୍ୱାଟସପ୍ କରି ଖବର ଦେଇ ପାରିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ସୂଚନା ଦେଇଛନ୍ତି। ସେହିପରି କାର୍ଯ୍ୟକ୍ରମର ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ଏହା ଏକ ସମୟୂପଯୋଗି ପଦକ୍ଷେପ ଏବଂ ପୁରୀ ସହରର ବିଭିନ୍ନ ସ୍ୱେଚଛାସେବୀ ଅନୁଷ୍ଠାନ ଓ କ୍ଳବ୍ ଗୁଡ଼ିକ ନିଜ ନିଜ ଅଞ୍ଚଳରେ ଏହି ଅଭିଯାନ କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।