ବାଲେଶ୍ୱର- ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଆଇଟିଆରର ୩ ନମ୍ବର ଲଂଚ୍ ପ୍ୟାଡ଼୍ ରୁ ଆଜି ଅପରାହ୍ନ ପ୍ରାୟ ୩ଟା ୪୧ ମିନିଟ୍ ସମୟରେ ମଧ୍ୟମ ଦୂରଗାମୀ ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ‘ବ୍ରହ୍ମୋସ୍’ର ଦ୍ୱିତୀୟ ରାଉଣ୍ଡ ପରୀକ୍ଷଣ ହୋଇଛି । ଏହି କ୍ଷେପଣାସ୍ତ୍ର ୨୦୦ କେଜି ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି ।
ସୁପରସୋନିକ୍ କ୍ରୁଜ୍ ମିଶାଇଲ୍ ର ପ୍ରଥମ ରାଉଣ୍ଡ ପରୀକ୍ଷଣ ଆଜି ସକାଳ ୮ଟା ୪୫ ମିନିଟ୍ ରେ ଚାନ୍ଦିପୁରରୁ ହୋଇଥିଲା । ଏଥିରେ ଲାଇଫ୍ ଏକ୍ସଟେନସନ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କି.ମି. ରୁ ୪୦୦ କି.ମି.କୁ ବୃଦ୍ଧି ପାଇଛି । ୮.୪ ମିଟର ଲମ୍ବ, ୦.୬ ମିଟର ଓସାର ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୨.୫ ଟନ୍ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ । ଭାରତ ଓ ଋଷ୍ ର ମିଳିତ ସହଯୋଗରେ ନିର୍ମିତ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଭାବେ ବ୍ୟବହାର କରାଯାଇଥାଏ । ଶତୃପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଏହା ନିମିଶକ ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖେ ।