ଅଲ୍ ଇଣ୍ଡିଆ ଟ୍ରେଡ଼୍ ୟୁନିୟନ କଂଗ୍ରେସର ରାଜ୍ୟ ଉପସଭାପତି, ପୁରୀ ବିଦ୍ୟୁତ୍ କକର୍ମଚାରୀ ସଂଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା କବି କୈଳାସ ରାୟଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାବେଶ ପୁରୀ ଟାଉନ ହଲ୍ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ଏ.ଆଇ.ଟି.ୟୁ.ସି ର ରାଜ୍ୟ ସଭାପତି ରାମକୃଷ୍ଣ ପଣ୍ଡା,ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ନେତୃମଣ୍ଡଳୀ ଯୋଗଦାନ କରି ସ୍ୱର୍ଗତ କୈଳାସ ରାୟଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । କବି ଚିନ୍ମୟ ବିବେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସମାବେଶ ପ୍ରାରମ୍ଭରେ ଭଗବତୀ ବିଦ୍ୟା ନିକେତନର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସ୍ମୃତିସଂଗୀତ ପରିବେଷଣ କରାଯାଇଥିଲା । ଗବେଷକ ଡକ୍ଟର ଭୀମସେନ ମହାପାତ୍ର, କୈଳାସ ରାୟ ସ୍ମୀରକୀ ବକ୍ତୃତା ପ୍ରଦାନ କରିଥିଲେ ।
ସମାବେଶରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ତଥା ଜାତୀୟ ଅଡ଼ିଟ ମହାସଂଘର ମହାସଚିବ ଗୌରାଙ୍ଗ ଚରଣ ପରିଡ଼ା ବିଶିଷ୍ଟ ଭାଷାବିତ୍ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ସାମ୍ବାଦିକ ନାରାୟଣ ପ୍ରସାଦ ସିଂହ, କବି ଶଙ୍କର ପରିଡ଼ା, ବଦ୍ରି ମିଶ୍ର, ମାନସ ରଂଜନ ମହାପାତ୍ର, ଡ. ଦିଲୀପ ସ୍ୱାଇଁ, ଦେବୀପ୍ରସନ୍ନ ନନ୍ଦ, ଡ.ବଳରାମ ଦାସ, ଉମାକାନ୍ତ ମହାପାତ୍ର, ପ୍ରାଣକୃଷ୍ଣ ମହାପାତ୍ର, କାମଦେବ ମହାରଣା, ଲକ୍ଷ୍ମୀକାନ୍ତ ଦଳେଇ, କ୍ରିଷ୍ଣା ମହାପାତ୍ର, ପ୍ରଭାତ ଚନ୍ଦ୍ର ରଥ, ବୀରେନ୍ଦ୍ର ମହାନ୍ତି, ପ୍ରାଧ୍ୟାପକ ଜନ୍ମେଜୟ ଦ୍ୱିବେଦୀ, ପ୍ରାଧ୍ୟାପକ ସୁରେନ୍ଦ୍ର ଜେନା, ପ୍ରତିମା ମିଶ୍ର, ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡ଼େରେସନର ସାଧାରଣ ସଂପାଦକ, ସତ୍ୟବାଦୀ ବାଘ, ପୁରୀ ବିଦ୍ୟୁତ୍ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାନ୍ତି, ପୁରୀ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଲୋକନାଥ ପାଣି, ଏ.ଆଇ.ଟି.ୟୁ.ସି. ପୁରୀ ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ପ୍ରଧାନ, ଡାକ୍ତର ପ୍ରଫୁଲ୍ଲ ମହାପାତ୍ର, ସୁରେନ୍ଦ୍ର ତପସୁ, ଶରତ ଚନ୍ଦ୍ର ରାୟଗୁରୁ, ଜଗନ୍ନାଥ ଦେଓ, ଶ୍ରୀକ୍ଷେତ୍ର ପ୍ରେସ୍ କ୍ଲବ ସଂପାଦକ ସୌମିତ୍ର ରଂଜନ ହରିଚନ୍ଦନ, ଓଡ଼ିଶା କୁରାଳ ମହାସଂଘର ରାଜ୍ୟ ସଭାପତି ସରୋଜ କୁମାର ବେହେରା, ସରପଞ୍ଚ ମୁକ୍ତିକାନ୍ତ ପଣ୍ଡା, ପୁରୀ ସେବା ସମିତି ସଂପାଦକ ସୌମେନ୍ଦ୍ର ଦାସ, ଅଭିନନ୍ଦନିକା ସଂପାଦକ ଶ୍ୟାମପ୍ରକାଶ ସେନାପତି, ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଂପାଦକ ବିଶ୍ୱନାଥ ବେହେରା,ବରିଷ୍ଠ ନାଗରିକ ମଂଚ ସଭାପତି ଡ.କାର୍ତ୍ତିକ କୁମାର ଦାସ, ମାରୁତିନଗର ଉନ୍ନୟନ ପରିଷଦ ସଭାପତି ଗୋଲକ ଚନ୍ଦ୍ର ଜେନା ପ୍ରମୁଖ ସ୍ୱର୍ଗତ କୈଳାସ ରାୟଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବକ୍ତାମାନେ ସ୍ୱର୍ଗତ ରାୟ ଏକାଧାରାରେ ସୁସାହିତ୍ୟିକ, କବି, ସଂଗଠକ ଏବଂ ଟ୍ରେଡ଼ ୟୁନିୟନ ନେତା ଥିଲେ । ମାନବବାଦରେ ବିଶ୍ୱାସ କରୁଥିବା ଜଣେ ମେଳାପୀ, ବନ୍ଧୁବତ୍ସଳ, ସ୍ନେହୀ ବ୍ୟକ୍ତି ଭାବରେ ସେ ସମସ୍ତଙ୍କ ହୃଦୟରେ ଅଛନ୍ତି ବୋଲି ଅଭିହିତ କରିଥିଲେ । ବିଦ୍ୟୁତ୍ ସଂସ୍କାର ନାମରେ ଉପଭୋକ୍ତା ଶୋଷଣକୁ ତୀବ୍ର ବିରୋଧ କରି ବିଭିନ୍ନ ସଂଗଠନ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହିତ ଶ୍ରମିକ ଏକତା ଉପରେ ଗୁରୁତ୍ୱାରୋପ କରୁଥିବା ଜଣେ ଦକ୍ଷ ଟ୍ରେଡ଼ ୟୁନିୟନ ନେତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ବୋଲି ଏହି ସ୍ମୃତିଚାରଣ ସଭାରେ ମତ ପ୍ରକାଶ ପାଇଥିଲା |
ଏହି ସମାବେଶରେ ସ୍ମୃତିପତ୍ରିକା ‘ଅପାସୋରା’ ଉନ୍ମୋଚିତ ହେବା ସହ ୰ରାୟଙ୍କ ଜୀବନୀ ସଂପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶୀତ ହୋଇଥିଲା । କ୍ଷେତ୍ରପ୍ରସାଦ, ଅନନ୍ତପ୍ରସାଦ, ଅନୁଷ୍ଟୁପା, ଅନୁସୃତା, ମହେନ୍ଦ୍ର ବିଶୋଇ, ରମେଶ ଚନ୍ଦ୍ର ଦାଶ, ଲକ୍ଷ୍ମୀଧର ମାଝି, ପ୍ରଫୁଲ୍ଲ କୁମାର ରାଉତ, ନୃସିଂହ ଚରଣ ପ୍ରଧାନ, ବି.ଜଗଦୀଶ ପଟ୍ଟନାୟକ, ଗଣେଶ ବେହେରା ପ୍ରମୁଖ ଏହି ସ୍ମୃତି ସମାବେଶ ପରିଚାଳନା କରିଥିଲେ । ଏହି ସମାବେଶରେ ପୁରୀ, ନିମାପଡ଼ା, ଡେଲାଙ୍ଗ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ସମେତ ବିଭିନ୍ନ ଜିଲ୍ଳାରୁ ଶତାଧିକ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ, ସାହିତ୍ୟିକ, ଶିକ୍ଷକ ଯୋଗଦେଇଥିଲେ ।
Related Stories
November 23, 2024