
ବଲାଙ୍ଗିର ,ଆଜି କଦମପଡାସ୍ଥିତ ସରସ୍ବତୀ ଶିଶୁ-ବିଦ୍ୟା-ଜ୍ଞାନ ମନ୍ଦିରରେ “ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ” ପାଳନ କରାଯାଇଛି । ଏଥିରେ ମୁଖ୍ୟଅତିଥି ରୃପେ ଚାରଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ରା.ସ୍ବ.ସଂ.ର ବିଭାଗ କେଶବ ପଟେଲ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ତଥା ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତୀୟ ପରମ୍ପରାର ପ୍ରତୀକ ଗୁରୁ ଗୈରିକ ଧ୍ବଜ ଆମର ମାର୍ଗଦର୍ଶକ । ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ରାଜନନ୍ଦିନୀ ବେହେରା,ଅରୋସ୍ମିତି ଦେବୀ ବେହେରା, ସାକ୍ଷୀପ୍ରଜ୍ଞା ନାଏକ,ସ୍ମୃତିଶିଖା ପାଢୀ,ଶ୍ରୀମୟୀ ପଣ୍ଡା, ଇପ୍ସିତା ପାତ୍ର,ଓ ଅଙ୍କିତା ସେଠ । ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଧାନାଚାର୍ଯ୍ୟ ସୁବ୍ରତ ବେହେରା ପ୍ରଦାନ କରିଥିଲେ । ଏହାପରେ ଗୁରୁମା ଅଞ୍ଜଳୀରାଣୀ ହୋତା ଗୁରୁମାଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ସମସ୍ତ ଗୁଉଜୀ-ଗୁରୁମାଙ୍କ ପୂଜନ କାର୍ଯ୍ୟ କରିଥିଲେ । ଜାଗୃତି ବେହେରା ତଥ ପ୍ରୀୟାଂଶୀ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀ ଆୟୁଷ୍ମାନ ପଟ୍ଟନାୟକ, ପ୍ରତିକ୍ଷା ସାହୁ,ସଂସ୍କୃତି ସାହୁ,ଅବିନାଶ ପଟ୍ଟନାୟକ ଶିଶୁବକ୍ତା ରୂପେ ତଥା ଗୁରୁମା ଭାରତୀ ସାହୁ ଗୁରୁମା ବକ୍ତା ରୁପେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଗୁରୁଜୀ ରାଜକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ସଂପାଦକ ସୁରେନ୍ଦ୍ର ତ୍ରିପାଠୀ,କୋଷାଧ୍ୟକ୍ଷ ସତ୍ୟାନନ୍ଦ ଷଡଙ୍ଗୀ ତଥା ଶିକ୍ଷାବିକାଶ ସମିତିର ବଲାଙ୍ଗୀର ବିଭାଗର ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର ଉପସ୍ଥିତ ରହିଥିଲେ । ଗୁରୁମା ମୌସୁମୀ ମିଶ୍ରଙ୍କ ତଦାରଖରେ ସମସ୍ତ ଗୁରୁଜୀ-ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତା ସହ ସଂପର୍ଣ୍ଣ ହୋଇଥିଲା ।
Posted by: Desk, Indo Kaling Times