
ବଲାଙ୍ଗିର, ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ଵନକ୍ଷତ୍ର ଦିବସ ସ୍ଥାନୀୟ ମଂଟେସୋରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଗତକାଲି ଆୟୋଜିତ ହୋଇଯାଇଛି । ବିଶ୍ଲେଷଣର ସଂପାଦକ ରାଜେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ମ୍ୟୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ବ୍ଲକ ଚେୟାରପର୍ସନ ସରିତା ବାଗ, କବି ତଥା ଆଇନଜିବି ଶୁଭ୍ରାଂଶୁ ଶେଖର ପଣ୍ଡା, ରେଡକ୍ରସ କର୍ମି ତଥା ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ, ମଂଟେସୋରୀ ପବ୍ଲିକ ସ୍କୁଲର ଚେୟାରପର୍ସନ ବିରେନ୍ଦ୍ର ନାରାୟଣ ଉଦ୍ଗାତା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସୋସିଆଲ ମିଡିଆ ସମାଜରେ ପ୍ରିଣ୍ଟ ମିଡିଆର ଭୂମିକା ଓ ଆବଶ୍ୟକତା ବିଷୟରେ ମତବ୍ୟକ୍ତ କରିଥିଲେ । ସତ୍ୟ ନାରାୟଣ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ । ସଭା ଆରମ୍ଭରେ ଜାଗୃତି ଶତପଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅତିଥିମାନଙ୍କୁ ସ୍କୁଲର ଛାତ୍ର ଛାତ୍ରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ପଦ୍ମିନୀ ନାୟକ ଓ କସ୍ତୁରୀ ରଥ ଉପଢୈାନ ପ୍ରଦାନ କରି ସମ୍ମାନୀତ କରିଥିଲେ । ସ୍ଥାନୀୟ ମାଲପଡାର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦିବାକର ହୋତାଙ୍କୁ ସମାଜସେବାରେ ପାରଦର୍ଶିତା ଯୋଗୁଁ ବିଶ୍ଲେଷଣ ତରଫରୁ ଅତିଥି ବୃନ୍ଦ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପର୍ଯ୍ୟାୟରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଏଥିରେ କବିତା ମିଶ୍ର, ତପସ୍ଵିନୀ ପଶାୟତ, ନିଳାଦ୍ରୀ ପାଣିଗ୍ରାହୀ, ଧର୍ମବ୍ରତ ରଥ, ପ୍ରଶାନ୍ତ ଯୋଷୀ, ଡା. ପ୍ରେମଚନ୍ଦ ମହାନ୍ତି ସମେତ ଅନ୍ୟ କବିମାନେ ସ୍ଵରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ସଂଗୀତ, ଡିବେଟ, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।
ସାମ୍ବାଦିକ ଆକୁଳ ବାହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭୁତି ଶତପଥି ଓ ହୃଷିକେଶ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ କବୟିତ୍ରୀ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
Posted by: Desk, Indo Kaling Times