
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପୂର୍ଣିମା ଅବସରରେ ଗୁରୁ ମାନଙ୍କୁ ପ୍ରଣାମ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଗୁରୁଙ୍କ ଆଶୀର୍ବାଦ ହିଁ ଜୀବନରେ ଜ୍ଞାନ ରୂପକ ଆଲୋକ ଭରିଦିଏ। ଏକ ପରିପୂର୍ଣ୍ଣ ଜୀବନ, ବ୍ୟକ୍ତିତ୍ୱ ନିର୍ମାଣ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ମହାନ୍ ଗୁରୁମାନଙ୍କୁ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ମୋର ପ୍ରଣାମ ଜଣାଉଛି।