
ଭୁବନେଶ୍ୱର, ରିମାଣ୍ଡ ଅବଧି ସମାପ୍ତ ହେବା ପରେ କୋର୍ଟରେ ହାଜର ହେବା ପରେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୁଣି ଥରେ ଜେଲ ଯାଇଛନ୍ତି ।
ଉଲ୍ଲେଖନୀୟ ଯେ ପାଂଚ ଦିନିଆ ରିମାଣ୍ଡ ସମାପ୍ତ ହେବା ପରେ ଆଜି ତାଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା ।
ଭିଜିଲାନ୍ସ ତାଙ୍କୁ ରିମାଣ୍ଡ ବେଳେ ପ୍ରଶାନ୍ତଙ୍କ ଆହୁରି ସଂପତ୍ତି ଠାବ କରିଥିବା ଜଣା ପଡିଛି ।
ପୂର୍ବରୁ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିଲା -ଯାହା ନିଜସ୍ୱ ଆୟ ତୁଳନାରେ 500 ପ୍ରତିଶତରୁ ଅଧିକ ଥିଲା ।
Posted by: Desk, Indo Kaling Times