
ଭୁବନେଶ୍ୱର, ଭାରତୀୟ ପୋଲିସ ସେବାର ଅଧିକାରୀ ସାଗରିକା ନାଥଙ୍କ ପରିବାର ସଦସ୍ୟଙ୍କ ଉପରେ ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ଜଣା ପଡିଛି । ଗତକାଲି ଘାଟିକିଆ ଅଞ୍ଚଳ ରେ ଥିବା ନିଜ ଘରକୁ ଫେରୁଥିଲେ ତାଙ୍କ ବାପା ମା ଫେରୁଥିବା ବେଳେ ସେମାନଙ୍କୁ ଆକ୍ରମଣ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ସେମାନଙ୍କ କାର କୁ ପିଛା କରୁଥିବା ଏକ ବାଇକ ରେ ଲୁଟେରା ଆସି ଗାଡି କୁ ଅଟକାଇଥିଲେ । ଏହା ପରେ ଲୁଟେରା ଦମ୍ପତି ଙ୍କୁ ଟଙ୍କା ଓ଼ ସୁନା ଗହଣା ଦେବାକୁ କହିଥିଲେ । ଲୁଟେରା ଙ୍କ କଥା ନ ଶୁଣିବାରୁ ଦମ୍ପତି ଙ୍କ ଉପରେ ଆକ୍ରମଣ କରିଥିଲେ । ନୀୟ ଲୋକ ଜମା ହେବା ପରେ ଲୁଟେରା ଚମ୍ପଟ ମାରିଥିଲା । ପୋଲିସ ଘଟଣା ସ୍ଥଳ ରେ ପହଂଚି ଦମ୍ପତି ଙ୍କୁ ଉଧାର କରି ମେଡିକାଲ ରେ ଭର୍ତ୍ତି କରିଛି ।
Posted by: Desk, Indo Kaling Times