
ଭୁବନେଶ୍ୱର, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ।ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଛି ।
ଏହି ପରୀକ୍ଷା ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୧୩୧୧ ଜଣ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୮୯୧୫ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଆଜି ସକାଳୁ ପରୀକ୍ଷାର୍ଥୀମାନେ ଶୃଙ୍ଖଳିତ ଢଙ୍ଗରେ ଆସି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି।
Posted by: Desk, Indo Kaling Times